New COVID Variant: ୨୦ରୁ ଅଧିକ ଦେଶରେ ବ୍ୟାପିଲା କୋଭିଡ୍ର ନୂଆ ଭାରିଆଣ୍ଟ, ଜାଣନ୍ତୁ କେତେ ମାରାତ୍ମକ ?

ନୂଆଦିଲ୍ଲୀ,୧୧/୧୧: ପୁଣି ଫେରିଲା କରୋନା ଭୟ । ନୂଆ ଭାରିଆଣ୍ଟକୁ ନେଇ ବଢିଲା ଚିନ୍ତା । କେତେ ମାରାତ୍ମକ ନୂଆ ଭାରିଆଣ୍ଟ । ଟିକା ପ୍ରଭାବହୀନ ହେବ କି ? କରୋନାର ନୂଆ ଭାରିଆଣ୍ଟ ମିଳିଛି । ଏହି ଭାରିଆଣ୍ଟର ନାମ ହେଉଛି ପିଜେ ୨.୧ । ଏହି ଭାରିଆଣ୍ଟ ପ୍ରଥମେ ମେ ୨୦୨୬ ରେ କାନାଡାର ଅନଟାରିଓରେ ଚିହ୍ନଟ ହୋଇଥିଲା । ଏହା ପରେ ଏହା ଅନେକ ଦେଶରେ ଦେଖିବାକୁ ମିଳିଛି । ଉତ୍ତର ଆମେରିକା, ୟୁରୋପ, ଏସିଆ ଏବଂ ଓସେନିଆର କିଛି ଅଂଶରେ ଏହି ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରାୟ ୨୦ ଦେଶରେ ନୂଆ ଭାରିଆଣ୍ଟ ମାଡି ମାଡ଼ି ଚାଲିଛି । ମାନବ କୋଷରେ ଏହାର ଅନୁପ୍ରବେଶ ଏବଂ ଆଣ୍ଟିବଡି ପ୍ରତି ଏହାର ପ୍ରତିକ୍ରିୟାକୁ ନେଇ ବିଶେଷଜ୍ଞମାନେ ଚିନ୍ତିତ ଅଛନ୍ତି ।
ଅକ୍ଟୋବର ୨୦୨୬ରେ, ଏହା ସହ ଜଡିତ ଅନୁସନ୍ଧାନ ଜର୍ଣ୍ଣାଲ୍ ଅଫ୍ ଇନଫେକ୍ସନରେ ପ୍ରକାଶିତ ହୋଇଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ PJ2.1 ର ରିସେପ୍ଟର S2 ସହିତ ବାନ୍ଧିବାର କ୍ଷମତା ବୃଦ୍ଧି ପାଇପାରେ, ଯାହା କରୋନାଭାଇରସ୍ କୁ ମାନବ କୋଷରେ ପ୍ରବେଶ କରିବାରେ ସାହାଯ୍ୟ କରେ । ତଥାପି, ଏହି ଅନୁସନ୍ଧାନରେ ଅନ୍ୟ ଭାରିଆଣ୍ଟ ତୁଳନାରେ ଟିକା ନିର୍ମିତ ଆଣ୍ଟିବଡି ପ୍ରତିରୋଧର ପ୍ରମାଣ ମିଳିଲା ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚାଇ ଦେଇଛି ଯେ, କୋଭିଡ୍-୧୯ ର ଲକ୍ଷଣ ଫ୍ଲୁ ଏବଂ ଅନ୍ୟାନ୍ୟ ଶ୍ୱାସକ୍ରିୟା ସଂକ୍ରମଣ ସହିତ ସମାନ ହୋଇପାରେ । ଏହା କେବଳ ଲକ୍ଷଣ ଉପରେ ଆଧାର କରି ରୋଗର କାରଣ ଚିହ୍ନଟ କରିବା କଷ୍ଟକର କରିଥାଏ ।
ସୌଜନ୍ୟ ପ୍ରମେୟ




