ରାଜ୍ୟ
Greater Bhubaneswar: ଗ୍ରେଟର ଭୁବନେଶ୍ୱରର ନୀଳ ନକ୍ସା ଘୁଞ୍ଚି ଚାଲିଛି,କେବେ ଆସିବ ସିଡିପି-୨୦୪୦?

- ଘୁଞ୍ଚି ଚାଲିଛି ଭୁବନେଶ୍ବର ନୀଳ ନକ୍ସା
- ସାମିଲ ହୋଇଥାନ୍ତା ୩୭୪ ରାଜସ୍ୱ ଗ୍ରାମ
- ୭୦୦ ବର୍ଗ କିଲୋମିଟର ଅଞ୍ଚଳ ଯୋଡ଼ି ହୋଇଥାନ୍ତା
- ଖୋର୍ଦ୍ଧା-ଭୁବନେଶ୍ୱର-ପିପିଲି ମିଶି ହୋଇଥାନ୍ତା ନୂଆ ସହର
ଭୁବନେଶ୍ୱର,୩୦\୯ : ୨୦୨୫ ଶେଷ ସୁଦ୍ଧା ଗ୍ରେଟର ଭୁବନେଶ୍ୱରର ନୀଳ ନକ୍ସା ଆସିଥାନ୍ତା । ନୂଆ ସିଡିପିରେ ବିଡିଏର ଯୋଡ଼ି ହୋଇଥାନ୍ତା ୩୭୪ ରାଜସ୍ୱ ଗ୍ରାମ । ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ବିଧାନସଭାରେ ଉତ୍ତର ରଖିଥିଲେ । ୨୦୨୬ ସରିବାକୁ ବସିଲାଣି, କିନ୍ତୁ ନୂଆ ସିଡିପିର ଦର୍ଶନ ମିଳିଲାନି । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଗ୍ରେଟର ଭୁବନେଶ୍ୱରର ଏହି ପ୍ରସ୍ତାବିତ ନୀଳନକ୍ସା ଘୁଞ୍ଚି ଚାଲିଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ନିଜର ବିଦ୍ୟମାନ ଓ ବିସ୍ତାରିତ ଯୋଜନା ଅଞ୍ଚଳଗୁଡିକୁ ସାମିଲ କରି ଏକ ନୂତନ ଜିଆଇଏସ୍ ଆଧାରିତ ବ୍ୟାପକ ବିକାଶ ଯୋଜନା(ସିଡିପି) ପ୍ରସ୍ତୁତି କରିଥିଲା । ନକ୍ସା ଆସିବା ପରେ ଭୁବନେଶ୍ୱର ବିକାଶ ହୋଇଥାନ୍ତା ।
ସୌଜନ୍ୟ ପ୍ରମେୟ




