ରାଜ୍ୟ

Harassment case : ନାବାଳିକାଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଟ୍ୟୁସନ୍‌ ସାର୍‌, ୬୯ ବର୍ଷର ୩ ବର୍ଷ ଜେଲ୍‌

ଭୁବନେଶ୍ୱର, ୧/୧୦ : ନାବାଳିକାକୁ ଅସଦାଚରଣ ମାମଲାରେ ୬୯ ବର୍ଷର ଟ୍ୟୁସନ ସାର୍‌ ଙ୍କୁ ଜେଲ୍ । ଆଡହକ ଏଏସ୍‌ଜେ ଏଫଟିଏସ୍‌ସି-୨ ପୋକ୍‌ସୋ କୋର୍ଟ ବିଚାରପତି ଜ୍ଞାନ ରଞ୍ଜନ ମହାନ୍ତି ଅଭିଯୁକ୍ତକୁ ୩ ବର୍ଷ ଜେଲ୍‌ ଦଣ୍ଡ ଦେବା ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦାୟ କ୍ଷେତ୍ରରେ ଅତିରିକ୍ତ ୧ ମାସ ଅଧିକ କାରାଦଣ୍ଡ ଭୋଗିବେ ।

ପୀଡ଼ିତା ଜଣେ ୧୪ ବର୍ଷର ଦଶମ ଶ୍ରେଣୀ ଛାତ୍ରୀ । ସେ ଓଲ୍ଡଟାଉନ୍‌ ସ୍ଥିତ ଅଭିଯୁକ୍ତଙ୍କ ଘରକୁ ଇଂରାଜୀ ଟ୍ୟୁସନ ପଢ଼ିବାକୁ ଯାଉଥିଲେ । ୨୦୨୩ ସେପ୍ଟମ୍ବର ୩ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ଟ୍ୟୁସନ ଛୁଟି ହେବା ପରେ ଅନ୍ୟ ପିଲାମାନେ ପଳାଇଥିଲେ କିନ୍ତୁ ପୀଡ଼ିତା ଏକୁଟିଆ ବସି ନିଜର ନୋଟ୍ ଲେଖୁଥିଲେ । ଏହାର ସୁଯୋଗ ନେଇ ଟ୍ୟୁସନ୍‌ ସାର୍‌ ଖରାପ ଉଦ୍ଦେଶ୍ୟ ରଖି ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ନାବାଳିକା ଜଣକ ବିରୋଧ କରି ସେଠାରୁ ଚାଲିଆସିବାକୁ ଉଦ୍ୟମ କରିବା ବେଳେ ଅଭିଯୁକ୍ତ ତାଙ୍କ ହାତ ଧରି ଅଟକାଇଥିଲେ ଏବଂ ଏହି କଥା କାହାକୁ ନ କହିବା ପାଇଁ ରାଣ ପକାଇବା ସହ ଧମକ ଦେଇଥିଲା । ଭୟଭୀତ ହୋଇ ପୀଡ଼ିତା କାନ୍ଦି କାନ୍ଦି ଘରକୁ ଫେରି ନିଜ ପିତାମାତାଙ୍କୁ ସବୁ କଥା ଜଣାଇଥିଲେ । ଏହାପରେ ପରିବାର ଲାକେ ସେହି ଦିନ ଶ୍ରୀଲିଙ୍ଗରାଜ ଥାନାରେ ଲିଖିତ ଏତଲା ଦେଇଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button