ଜିଲ୍ଲାମହାନଗର

Houses Bangladeshi Demolished: ଜଗତସିଂହପୁରରେ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲଡୋଜର୍

ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଧନୀପୁର ନିକଟ ବେହେରାମପୁର ଅଞ୍ଚଳରେ ରହୁଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲଡୋଜର୍। ଜଗତସିଂହପୁର COLLECTORଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଂଲାଦେଶୀଙ୍କ ଘରଭଙ୍ଗା ଯାଉଛି।

ଜଗତସିଂହପୁର: ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଧନୀପୁର ନିକଟ ବେହେରାମପୁର ଅଞ୍ଚଳରେ ରହୁଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲଡୋଜର୍। ଜଗତସିଂହପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଂଲାଦେଶୀଙ୍କ ଘରଭଙ୍ଗା ଯାଉଛି। ଏବେ ଉ‌ଚ୍ଛ‌େଦ ପ୍ରକ୍ରିୟା ଜାରି ରହିଛି। ସେମାନେ ସରକାରୀ ଜାଗାରେ ଘର ତିଆରି କରି ରହୁଥିଲେ। ୬ ସନ୍ଦଗ୍ଧ ବାଂଲାଦେଶୀଙ୍କୁ ପୁଲିସ ଅଟକ ରଖାଯାଇଛି। ଦୁଇଜଣଙ୍କୁ ଗିରଫ କରାଯାଇଛି। ଗତକାଲି ପୁଲିସ ବାଂଲାଦେଶୀଙ୍କ ଘରେ ଚଢ଼ଉ କରିଥିଲା। ଏକ ଭଡ଼ା ଘରୁ ଦୁଇ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ନିଜକୁ ପଶ୍ଚିମବଙ୍ଗର ଅଧିବାସୀ ବୋଲି ପରିଚୟ ଦେଉଥିବା ବେଳେ କୌଣସି ପରିଚୟପତ୍ର ଦେଖାଇ ପାରୁ ନ ଥିଲେ।

ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଧନୀପୁର ନିକଟ ବେହେରାମପୁର ଅଞ୍ଚଳରେ ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ଘର ଉପରେ ବୁଲଡୋଜର ଚଳାଇଛି ଜିଲ୍ଲା ପ୍ରଶାସନ। ଗୋଚର ଜମିରେ ନିର୍ମାଣ ହେଉଥିବା ୧୦ ବଖରା ଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି। ସେହିପରି ଦୁଇ ମହିଳାଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଆଉ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ବାଂଲାଦେଶୀ ରହୁଥିବା ଅଭିଯୋଗରେ ଗତକାଲି ଦୁଇ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ନିଜକୁ ପଶ୍ଚିମବଙ୍ଗର ଅଧିବାସୀ ବୋଲି ପରିଚୟ ଦେଉଥିବା ବେଳେ କୌଣସି ପରିଚୟପତ୍ର ଦେଖାଇ ପାରୁ ନ ଥିଲେ। ସେହିପରି ଘର ମାଲିକ ସିକନ୍ଦର ଆଲମ୍ ସମେତ ୧୦ରୁ ଅଧିକ ପୁରୁଷ ଓ ମହିଳା ଫେରାର ହୋଇ ଯାଇଛନ୍ତି। ଚଢ଼ଉ ବେଳେ ଆକ୍ରମଣରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି। ଘରୁ ବନ୍ଧୁକ ଓ ବିପୁଳ ଖଣ୍ଡା, କଟୁରି ଜବତ କରାଯାଇଛି। ଘଟଣାକୁ ନେଇ ଉତ୍ତେଜନା ଦେଖା ଦେବାରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି। ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ସେହି ଘରେ କିଛିଦିନ ହେଲା ବାଂଲାଦେଶୀ ରହୁଥିବା ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଆଜି ସନ୍ଧ୍ୟାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଅଳ୍ପ ସଂଖ୍ୟକ ପୁଲିସ ଥିବାରୁ କେତେକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଦୁଇ ଜଣ ମହିଳା ଧରା ପଡ଼ି ଯାଇଥିଲେ।

 

୧୦ ଜଣ ମହିଳା ଓ ପୁରୁଷ ଫେରାର

ସେହିପରି ଘର ମାଲିକ ସିକନ୍ଦର ଆଲମ୍ ସମେତ ୧୦ରୁ ଅଧିକ ପୁରୁଷ ଓ ମହିଳା ଫେରାର ହୋଇ ଯାଇଛନ୍ତି। ଚଢ଼ଉ ବେଳେ ଆକ୍ରମଣରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି। ଘରୁ ବନ୍ଧୁକ ଓ ବିପୁଳ ଖଣ୍ଡା, କଟୁରି ଜବତ କରାଯାଇଛି। ଘଟଣାକୁ ନେଇ ଉତ୍ତେଜନା ଦେଖା ଦେବାରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି।

 

ସୂଚନା ଆଧାରରେ ଚଢ଼ଉ

ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ସେହି ଘରେ କିଛିଦିନ ହେଲା ବାଂଲାଦେଶୀ ରହୁଥିବା ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଆଜି ସନ୍ଧ୍ୟାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଅଳ୍ପ ସଂଖ୍ୟକ ପୁଲିସ ଥିବାରୁ କେତେକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଦୁଇ ଜଣ ମହିଳା ଧରା ପଡ଼ି ଯାଇଥିଲେ।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button