Health Workers : ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀଙ୍କ ସଚେତନତା ,ସାଧୁବାଦ ଜଣାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ସେବା ପ୍ରଦାନ ପାଇଁ ଦୁର୍ଗମ ପାହାଡ଼ ଚଢ଼ିଲେ ସ୍ବାସ୍ଥ୍ୟକର୍ମୀ । ରାତିରେ ରହି ଦେଲେ ସ୍ବସ୍ଥ୍ୟ ସେବା । ଏଭଳି ଚିତ୍ର ଆସିଛି ଗଜପତି ଜିଲ୍ଲା ମୋହନାରୁ । ସାଧୁବାଦ ଜଣାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ।

ମୋହନା, ୧୩\୮ : ସେବା ପ୍ରଦାନ ପାଇଁ ଦୁର୍ଗମ ପାହାଡ଼ ଚଢ଼ିଲେ ସ୍ବାସ୍ଥ୍ୟକର୍ମୀ । ରାତିରେ ରହି ଦେଲେ ସ୍ବସ୍ଥ୍ୟ ସେବା । ଏଭଳି ଚିତ୍ର ଆସିଛି ଗଜପତି ଜିଲ୍ଲା ମୋହନାରୁ । ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ସହ ଦୁର୍ଗମ ଅଞ୍ଚଳର ଲୋକ କିଭଳି ସ୍ୱାସ୍ଥ୍ୟ ସେବା ପାଇବେ ସେନେଇ ସରକାର ବହୁ ଯୋଜନା କରିଛନ୍ତି । ଏଥିପାଇଁ ବିଭିନ୍ନ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଛନ୍ତି । ସରକାରଙ୍କ ଯୋଜନା ଗୁଡିକ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ । ଗାଁକୁ ରାସ୍ତା ନଥିଲେ ମଧ୍ୟ ପାହାଡ଼ ଚଢି ପ୍ରାୟ ୬ କିଲୋମିଟର ଚାଲି ଚାଲି ଯାଇ ଗାଁରେ ପହଞ୍ଚିବା ସହ ରାତ୍ରୀ ଯାପନ କରି ସ୍ୱାସ୍ଥ୍ୟ ସଚେତନତା କରିଛନ୍ତି ସ୍ୱାସ୍ଥ୍ୟ କର୍ମୀ । ଏଭଳି ଏକ ପ୍ରେରଣାଦାୟୀ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖାରୀଗୁଡ଼ା ପଞ୍ଚାୟତ ଦୁର୍ଗମ ମୋହନାଗୁଡ଼ା ଗାଁରେ ।
ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ୬ କିଲୋମିଟର ପାହାଡ଼ ଚଢି ସେହି ଗାଁରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇଛନ୍ତି । ଏହାର ଭିଡିଓ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ଦେଖି ପ୍ରଶଂସା କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଗଜପତି ଜିଲ୍ଲା ଭଳି ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀମାନେ ଏଭଳି ସେବା ଯୋଗାଉଥିବା ଯୋଗୁଁ ସାଧୁବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦମନ କାର୍ଯ୍ୟକ୍ରମ ମାଧ୍ୟମରେ ମ୍ୟାଲେରିଆ ମୁକ୍ତ ଓଡ଼ିଶା ପାଇଁ ଗାଁ ଗାଁରେ ମ୍ୟାଲେରିଆ ପରୀକ୍ଷା ଓ ସଚେତନତା ସହ ଗର୍ଭବତୀ, ପ୍ରସୂତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଓଜନ, ଉଚ୍ଚତା ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।
ସୌଜନ୍ୟ ପ୍ରମେୟ




