ରାଜ୍ୟ

Heavy Rain Warning: ଆଜି ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପ ରୂପ, ଉତ୍ତର ଓ ଉପକୂଳରେ ପ୍ରବଳ ବର୍ଷିବା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ

ଭୁବନେଶ୍ୱର,୧୦/୦୯:  ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ  ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ  ସକ୍ରିୟ ରହିଛି । ଗୁରୁବାର ଲଘୁଚାପ  ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ  ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ  ପ୍ରବଳ ବର୍ଷା ହେବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ।

ଗୁରୁବାର ମୟୂରଭଞ୍ଜରେ  ଅତି ଭୀଷଣ ବର୍ଷା ହେବ ।  ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରରେ  ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ଉପକୂଳ ଓଡ଼ିଶା  ଓ ଦକ୍ଷିଣ ଓଡ଼ିଶାର ଅନେକ  ସ୍ଥାନରେ ବିକ୍ଷିପ୍ତ ବର୍ଷା ସମ୍ଭାବନା  ଅଛି । ୧୧ ତାରିଖ(ଶୁକ୍ରବାର)  କଳାହାଣ୍ଡି, ରାୟଗଡ଼ା, କୋରାପୁଟ  ଓ ମାଲକାନଗିରିରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ ।  ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ,  ନବରଙ୍ଗପୁର, ଗଜପତି ଓ  ଗଞ୍ଜାମରେ  ପ୍ରବଳ ବର୍ଷା ଆଶଙ୍କା  ଅଛି ।

୧୨ ତାରିଖରେ ମଧ୍ୟ ଦକ୍ଷିଣ  ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଭାରି  ବର୍ଷା ହୋଇପାରେ । ବୁଧବାର  ଖୋର୍ଦ୍ଧାରେ ୧୮ମିମି, ଢେଙ୍କାନାଳରେ  ୧୬.୪, ବାରିପଦାରେ ୧୪.୮,  କେନ୍ଦୁଝରରେ ୮.୪ ଓ ଯାଜପୁରରେ  ୬.୫ମିମି ବର୍ଷା ରେକର୍ଡ ହୋଇଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button