Horoscope 2026 August 14: ଜାଣନ୍ତୁ ଆଜିର ରାଶିଫଳ…
ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ନିତିଦିନିଆ କାମରେ ଆପଣଙ୍କୁ ପୂରା ସଫଳତା ମିଳିବ। ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ। ଗବେଷଣା କାମ ସଂପୂର୍ଣ୍ଣ ହୋଇପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ମେଷ: ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ନିତିଦିନିଆ କାମରେ ଆପଣଙ୍କୁ ପୂରା ସଫଳତା ମିଳିବ। ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ। ଗବେଷଣା କାମ ସଂପୂର୍ଣ୍ଣ ହୋଇପାରେ।
ବୃଷ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଆପଣଙ୍କୁ କୌଣସି ସଭାରେ ଅତିଥି ପାଇଁ ନିମନ୍ତ୍ରଣ ମିଳିବ। ସେଠି ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ସନ୍ଧ୍ୟାରେ ଜୀବନସାଥୀ ସହ ବାହାରକୁ ବୁଲି ଯିବେ।
ମିଥୁନ: କାମରେ କୌଣସି ବନ୍ଧୁର ସାହାଯ୍ୟ ନେଇ ପାରନ୍ତି। ଅଫିସ କାମରେ ଆପଣଙ୍କ ସମ୍ମୁଖକୁ ସମସ୍ୟା ଆସିପାରେ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ଲାଭ ଦେବ। ଶିକ୍ଷାର୍ଥୀଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।
କର୍କଟ: ବନ୍ଧୁ ସହିତ ସାକ୍ଷାତ ହୋଇପାରେ। କୌଣସି ଖୁସି ଖବର ପାଇବେ। ଆପଣଙ୍କୁ ନୂଆ ଉତ୍ସରୁ ଧନପ୍ରାପ୍ତି ହୋଇପାରେ। ଆପଣ ପୁଞ୍ଜି ଲଗାଇବା ପାଇଁ ଭଲ ପରାମର୍ଶ ପାଇବେ। ପ୍ରେମ ଜୀବନ ମଧୁର ହେବ।
ସିଂହ: ଦିନଟି ବ୍ୟସ୍ତତାରେ କଟିବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରି ପାରନ୍ତି। ଅଫିସରେ ବାତାବରଣ ଟିକେ ଗମ୍ଭୀର ରହିବ। ଆପଣ କର୍ତୃପକ୍ଷଙ୍କ କଥା ଧ୍ୟାନ ଦେଇ ଶୁଣିବା ପରେ ନିଜର ମତ ଦିଅନ୍ତୁ।
କନ୍ୟା: ଯାହା ବି କାମ କରିବାକୁ ଚାହିବେ ଖୁବ୍ ସହଜରେ ହୋଇଯାଇପାରେ। ଆପଣ ନିଜକୁ ଟିକେ ସଂଯମରେ ରଖିବା ଦରକାର। ଆପଣଙ୍କର ମାନପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ଯୋଗଦାନ କରନ୍ତୁ।
ତୁଳା: କୌଣସି ବଡ଼ କାମ ସନ୍ତାନ ସହଯୋଗରେ ସଂପୂର୍ଣ୍ଣ ହୋଇଯିବ। ପାଖ ଲୋକଙ୍କଠାରୁ ଖୁସି ଖବର ପାଇବେ। ପାଖକୁ ନୂଆ ଦାୟିତ୍ବ ଆସିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
ବିଛା: ଆପଣଙ୍କ କାମ ସଂପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ବାଧା ଉତ୍ପନ୍ନ ହୋଇପାରେ। ବ୍ୟବସାୟରେ ଲାଭ କମ୍ ମିଳିପାରେ। କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସହ ସାକ୍ଷାତରେ ଆପଣଙ୍କ କ୍ୟାରିୟରର ଦିଶା ବଦଳି ଯାଇପାରେ।
ଧନୁ: ପୂଜାପାଠରେ ସମୟ ବିତିବ। ଆପଣଙ୍କର ପାଖପାଖର ପ୍ରତ୍ୟେକ ଜିନିଷ ପ୍ରତି ଦୃଷ୍ଟି ଦିଅନ୍ତୁ। କୌଣସି କାମରେ ଅଧିକ ଯାତୟାତ କରିବାକୁ ପଡ଼ିପାରେ। ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ। କାହାରିକୁ ସାହାଯ୍ୟ ମାଗିପାରନ୍ତି।
ମକର: କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବାକୁ ପଡ଼ିପାରେ। ବନ୍ଧୁ ସହିତ ବାହାରକୁ ଯାଇ ଖୁସିର ମୁହୂର୍ତ୍ତ ଅତିବାହିତ କରିପାରନ୍ତି। ଧନ ମାମଲାରେ ସ୍ଥିତି ଠିକ୍ ରହିବ। କୌଣସି ଜରୁରୀ ଜିନିଷ ଆପଣଙ୍କୁ ଲାଭ ଦେଇପାରେ।
କୁମ୍ଭ: ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। କୌଣସି ଭଲ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିପାରେ। ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ବୈବାହିକ ଜୀବନରେ ସରସତା ଆସିବ।
ମୀନ: କୌଣସି ପୁରୁଣା କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ବାହାର କାମରେ ଯିବା ପାଇଁ ଯୋଜନା କରି ପାରନ୍ତି। ଘରକୁ କୌଣସି ବନ୍ଧୁ ଆସି ପାରନ୍ତି। ବୈବାହିକ ଜୀବନ ଆନନ୍ଦମୟ ହେବ।
ସୌଜନ୍ୟ ସମ୍ବାଦ




