Horoscope 2026 July 02: ଜାଣନ୍ତୁ ଆଜିର ରାଶିଫଳ…
ଭାଗୀଦାରି ବ୍ୟବସାୟରେ ଉଚିତ ତାଳମେଳ ରହିବ। ଆର୍ଥିକ ରୂପେ ମଜଭୁତ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ। ଅଟକି ରହିଥିବା କାମ ଆଉଥରେ ଆରମ୍ଭ କରନ୍ତୁ ଫାଇଦା ହୋଇପାରେ।

ମେଷ: ଭାଗୀଦାରି ବ୍ୟବସାୟରେ ଉଚିତ ତାଳମେଳ ରହିବ। ଆର୍ଥିକ ରୂପେ ମଜଭୁତ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ।
ବୃଷ: ଅଟକି ରହିଥିବା କାମ ଆଉଥରେ ଆରମ୍ଭ କରନ୍ତୁ ଫାଇଦା ହୋଇପାରେ। ଘରକୁ ବନ୍ଧୁ ଆସିବା ଯୋଗୁଁ ଖୁସିର ମାହୋଲ ରହିବ। ଧନଲାଭର ସମ୍ଭାବନା। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଖୁସି ଅନୁଭବ କରିବେ।
ମିଥୁନ: ବ୍ୟବସାୟ କାମରେ କୌଣସି ନିଷ୍ପତ୍ତି ନେବାବେଳେ ପରିବାର ଲୋକଙ୍କ ପରାମର୍ଶ ନିଅନ୍ତୁ। ଆପଣଙ୍କ ଭିତରେ ନୂଆ ଶକ୍ତି ସଂଚାର ହେବ। କଲେଜରେ ନୂଆ ସାଙ୍ଗ ବନାଇବେ। ଗାଡ଼ି ସାବଧାନତାର ସହ ଚଳାନ୍ତୁ।
କର୍କଟ: ଅନୁଭବୀ ଲୋକଙ୍କ ସହଯୋଗ ମିଳିବା ଯୋଗୁଁ ସମସ୍ୟାର ସମାଧାନ ହୋଇଯିବ। କଠିନ ପରିଶ୍ରମର ସକାରାତ୍ମକଫଳ ପାଇବେ। ଯେଉଁ ମହିଳା ଅନଲାଇନି ବ୍ୟବସାୟ କରିବାକୁ ଭାବୁଛନ୍ତି ତାଙ୍କ ଲାଗି ଦିନଟି ଭଲ।
ସିଂହ: ଜୀବନକୁ ବଢ଼ିଆ କରିବା ଲାଗି କିଛି ମଉକା ପାଇବେ। ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଉଚ୍ଚାଧିକାରୀଙ୍କ ସହିତ ଭଲ ବ୍ୟବହାର କରିବେ। ମହିଳା ବ୍ୟବସାୟୀଙ୍କ ପାଇଁ ଲାଭ ଯୋଗ ଅଛି।
କନ୍ୟା: ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ। ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହୋଇପାରେ। ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ।
ତୁଳା: ଦିନଚର୍ଯ୍ୟା ପାଇଁ କରିଥିବା ନିୟମ ଆପଣଙ୍କୁ ଆରାମ ଦେବ। କୌଣସି କ୍ଷେତ୍ରରେ ପୁଞ୍ଜିନିବେଶ କରନ୍ତୁ ନିକଟ ଭବିଷ୍ୟତରେ ଲାଭ ହେବ। ମାତାପିତା ଆପଣଙ୍କ ପରିଶ୍ରମରେ ଖୁସି ରହିବେ।
ବିଛା: ଜମି ବ୍ୟବସାୟୀ ଲାଭପ୍ରଦ ସଉଦା ପାଇବେ। କିଛି ନୂଆ କରିବା ଲାଗି ନୂଆ ନୂଆ କୌଶଳ ଗ୍ରହଣ କରିବେ। ଘରକୁ ବନ୍ଧୁ ଆସିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।
ଧନୁ: ଶିକ୍ଷଣ କାର୍ଯ୍ୟରେ ସଫଳତା ପାଇବେ। କାହାରି ଉପରେ ଭରସା କରିବା ପୂର୍ବରୁ ଭାଲଭାବେ ଚିନ୍ତା କରନ୍ତୁ। ବ୍ୟକ୍ତିଗତ କାମ ସହିତ ଘରର ଦାୟିତ୍ବ ବଢ଼ିବ। ଉନ୍ନତି ପାଇଁ ମଉକା ପାଇବେ।
ମକର: ଆପଣଙ୍କ ଲାଗି ଅନୁକୂଳ ପରିସ୍ଥିତି ରହିବ। ଅନ୍ୟମାନଙ୍କଠୁ ସାହାଯ୍ୟ ଆଶା ରଖନ୍ତୁନାହିଁ। କୌଣସି ଖୁସି ଖବର ପାଇବା ଯୋଗୁଁ ପରିବାରରେ ଖୁସିର ମାହୋଲ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
କୁମ୍ଭ: ନୂଆ ଯୋଜନା ଉପରେ କାମ କରି ଭଲ ପରିଣାମ ପାଇବେ। ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ। ବିଦ୍ୟାର୍ଥୀ ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମୀନ: ଆପଣଙ୍କ ଉପରେ ଅଧିକ ଦାୟିତ୍ବ ରହିବ। ଆଧ୍ୟାତ୍ମିକ ଗତିବିଧିରେ କିଛି ସମୟ ବିତାଇ ଶାନ୍ତି ଅନୁଭବ କରିବେ। ବିବାହିତ ଅଧିକରୁ ଅଧିକ ସମୟ ଜୀବନସାଥୀଙ୍କୁ ଦିଅନ୍ତୁ। ରାଜନୀତି ସଫଳତା ପାଇବେ।
ସୌଜନ୍ୟ ସମ୍ବାଦ



