ରାଶିଫଳ

Horoscope Today : ଅଗଷ୍ଟ ୦୧ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ଦିଗରେ ସତର୍କ ରୁହନ୍ତୁ। ପରିବାରରେ ଖୁସିର ପରିବେଶ ରହିବ। ବନ୍ଧୁଙ୍କ ସହଯୋଗ ଲାଭଦାୟକ ହେବ। ଯାତ୍ରା ଯୋଗ ରହିଛି। ସନ୍ତାନଙ୍କ ଉନ୍ନତି ସମ୍ବାଦ ପାଇ ଖୁସି ହେବେ।

ବୃଷ– ଅଟକିଥିବା କାମ ସମ୍ପୂର୍ଣ୍ଣ ହେବାର ସମ୍ଭାବନା। ବ୍ୟବସାୟରେ ନୂତନ ଯୋଗାଯୋଗ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଏଡ଼ାନ୍ତୁ। ଜମିଜମା ସମ୍ବନ୍ଧୀୟ ଆଲୋଚନାରେ ସଫଳତା ମିଳିପାରେ।

ମିଥୁନ– ମନରେ ଉତ୍ସାହ ବଢ଼ିବ। ଚାକିରିରେ ପ୍ରଶଂସା ମିଳିପାରେ। ପୁରୁଣା ବିବାଦର ସମାଧାନ ହେବ। ପରିବାରର ସହଯୋଗ ପାଇବେ। ଧାର ଦେବା-ନେବାରେ ସତର୍କ ରୁହନ୍ତୁ। ନୂଆ ମିତ୍ରତା ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବ।

କର୍କଟ– କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଧନପ୍ରାପ୍ତିର ଯୋଗ ରହିଛି। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ମନ ଶାନ୍ତ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। ସାମାଜିକ ସମ୍ମାନ ବୃଦ୍ଧି ପାଇବ।

ସିଂହ– ପରିଶ୍ରମର ଭଲ ଫଳ ମିଳିବ। ବ୍ୟବସାୟରେ ଉନ୍ନତି ଦେଖିବେ। ଘରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। ଅଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇବେ।

କନ୍ୟା– ଦିନଟି ମିଶ୍ର ଫଳଦାୟକ ରହିବ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ହୋଇପାରେ। ପରିବାରରେ ସୁଖ ଶାନ୍ତି ରହିବ। ଅଟକିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି।

ତୁଳା– ନୂତନ ଚୁକ୍ତି କିମ୍ବା ବ୍ୟବସାୟିକ ଆଲୋଚନା ସଫଳ ହେବ। ଆୟ ବୃଦ୍ଧିର ସମ୍ଭାବନା ରହିଛି। ପ୍ରିୟଜନଙ୍କ ସହ ସମୟ କାଟିବେ। ଦୂର ଯାତ୍ରାର ଯୋଗ ଅଛି। ମନୋବଳ ଦୃଢ଼ ରହିବ। ଭାଗୀଦାରୀ ବ୍ୟବସାୟରେ ଶୁଭ ଫଳ ମିଳିବ।

ବିଛା– ଅଟକିଥିବା ଅର୍ଥ ମିଳିପାରେ। ଚାକିରି ଓ ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ହେବ। ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ପରିବାରରେ ଆନନ୍ଦ ରହିବ। ନୂଆ ନିବେଶ ପାଇଁ ଦିନଟି ଭଲ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭ ଦେବ।

ଧନୁ– ଭାଗ୍ୟର ସହଯୋଗ ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ଆସିବ। ବ୍ୟବସାୟରେ ଲାଭ ମିଳିବ। ମିତ୍ରଙ୍କ ସହ ଭେଟ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପୁରୁଣା ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି।

ମକର– କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ପରିବାରର ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଦାୟିତ୍ୱ ଭବିଷ୍ୟତରେ ଲାଭଦାୟକ ହେବ।

କୁମ୍ଭ– ସହଭାଗିତା କାର୍ଯ୍ୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବ୍ୟବସାୟରେ ଭଲ ଅର୍ଡର ମିଳିପାରେ। ନୂଆ ବ୍ୟକ୍ତିଙ୍କ ସହ ପରିଚୟ ହେବ। ଆର୍ଥିକ ଲାଭର ଯୋଗ ରହିଛି। ବିଦେଶ କିମ୍ବା ଦୂରସ୍ଥ ସ୍ଥାନରୁ ଶୁଭ ଖବର ମିଳିପାରେ।

ମୀନ– ଆତ୍ମବିଶ୍ୱାସ ବଢ଼ିବ ଓ କାର୍ଯ୍ୟରେ ସଫଳତା ମିଳିବ। ଧନପ୍ରାପ୍ତିର ଭଲ ସୁଯୋଗ ଆସିପାରେ। ପରିବାରରେ ଶୁଭ ଖବର ମିଳିବ। ବ୍ୟବସାୟିକ ନିଷ୍ପତ୍ତି ଲାଭଦାୟକ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ସୃଜନଶୀଳ କାର୍ଯ୍ୟରେ ପ୍ରଶଂସା ପାଇପାରନ୍ତି।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

 

 

 

ସୌଜନ୍ୟ Prameya News7

 

Show More

Leave a Reply

Your email address will not be published. Required fields are marked *

Back to top button