ରାଶିଫଳ

Horoscope Today : ଜୁଲାଇ ୨ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ଅଟକିଥିବା ଧନ ପ୍ରାପ୍ତିର ସମ୍ଭାବନା ରହିଛି। ଘରେ ଶୁଭ କାର୍ଯ୍ୟର ଯୋଜନା ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ପ୍ରଶଂସା ପାଇବେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ଯାତ୍ରା ଶୁଭ ଫଳ ଦେବ।

ମେଷ– କର୍ମକ୍ଷେତ୍ରରେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ଦେଖାଯିବ। ପରିବାରରେ ହସଖୁସିର ପରିବେଶ ରହିବ। ପୁରୁଣା କାର୍ଯ୍ୟ ସମାପ୍ତ କରିବାରେ ସଫଳ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ବୃଷ– ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ଅଟକିଥିବା ଧନ ପ୍ରାପ୍ତିର ସମ୍ଭାବନା ରହିଛି। ଘରେ ଶୁଭ କାର୍ଯ୍ୟର ଯୋଜନା ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ପ୍ରଶଂସା ପାଇବେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ଯାତ୍ରା ଶୁଭ ଫଳ ଦେବ।

ମିଥୁନ– କଥାବାର୍ତ୍ତାରେ ସଂଯମ ରଖିବା ଆବଶ୍ୟକ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଭଲ। ବନ୍ଧୁଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଧୈର୍ଯ୍ୟ ରଖିଲେ ସଫଳତା ମିଳିବ।

କର୍କଟ– କର୍ମକ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି। ପରିବାରରେ ସମସ୍ତଙ୍କ ସହଯୋଗ ପାଇବେ। ଧନ ସମ୍ବନ୍ଧୀୟ ଭଲ ଖବର ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଯାତ୍ରାରେ ଲାଭ ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ।

ସିଂହ– ଘାତ ଚନ୍ଦ୍ରର ପ୍ରଭାବରୁ ଅନାବଶ୍ୟକ ଚିନ୍ତା ବଢ଼ିପାରେ। କାର୍ଯ୍ୟରେ ତରବର କରନ୍ତୁ ନାହିଁ। ବ୍ୟବସାୟରେ ବଡ଼ ନିବେଶକୁ ଆଜି ପାଇଁ ସ୍ଥଗିତ ରଖନ୍ତୁ। ପରିବାରର ସହଯୋଗ ମନୋବଳ ବଢ଼ାଇବ। ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ। ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଶୁଭ ଫଳ ମିଳିବ।

କନ୍ୟା– ନୂଆ ଦାୟିତ୍ୱ ସଫଳତାର ସହ ପୂରଣ କରିବେ। ଆର୍ଥିକ ସ୍ଥିତି ମଜବୁତ ହେବ। ପରିବାରରେ ଆନନ୍ଦର ପରିବେଶ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ସ୍ୱାସ୍ଥ୍ୟ ସାଧାରଣ ରହିବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ।

ତୁଳା– କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ପ୍ରଦର୍ଶନ କରିବେ। ବ୍ୟବସାୟରେ ଲାଭର ସୁଯୋଗ ରହିଛି। ପରିବାରରେ ଶାନ୍ତି ବଜାୟ ରହିବ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ଅନାବଶ୍ୟକ ବାଦବିବାଦରୁ ଦୂରେ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।

ବିଛା– ପରିଶ୍ରମର ଉଚିତ ଫଳ ପାଇବେ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଶତ୍ରୁମାନେ ପରାଜିତ ହେବେ।

ଧନୁ– ନୂଆ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ ଭଲ ଲାଭ ହୋଇପାରେ। ଘରେ ଶୁଭ ଖବର ମିଳିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଭଗବାନଙ୍କ ସ୍ମରଣରେ ମନ ଶାନ୍ତ ରହିବ।

ମକର– ଚନ୍ଦ୍ର ରାଶିରେ ଥିବାରୁ ମନରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସମ୍ମାନ ପାଇବେ। ପରିବାରରେ ଆନନ୍ଦର ପରିବେଶ ରହିବ। ଧନ ଲାଭର ଭଲ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ନୂଆ ଯୋଜନା ଆଗକୁ ବଢ଼ିବ।

କୁମ୍ଭ– ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ୍ ଅନୁସାରେ ଚାଲନ୍ତୁ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ଦୂରଯାତ୍ରାର ସମ୍ଭାବନା ରହିଛି। ପରିବାରର ସହଯୋଗ ପାଇବେ। ସ୍ୱାସ୍ଥ୍ୟରେ ସାମାନ୍ୟ କ୍ଲାନ୍ତି ଅନୁଭବ କରିପାରନ୍ତି। ଧ୍ୟାନ ଓ ପ୍ରାର୍ଥନା ମନକୁ ଶାନ୍ତ ରଖିବ।

ମୀନ– ଆୟ ବୃଦ୍ଧିର ଯୋଗ ରହିଛି। ବ୍ୟବସାୟ ଓ ଚାକିରିରେ ଭଲ ପ୍ରଗତି ହେବ। ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ପରିବାରରେ ସୁଖ ଓ ସମୃଦ୍ଧି ବଢ଼ିବ। ସନ୍ତାନଙ୍କ ତରଫରୁ ଖୁସି ଖବର ମିଳିବ। ଭବିଷ୍ୟତ ପାଇଁ କରିଥିବା ଯୋଜନା ସଫଳ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button