ରାଶିଫଳ

Horoscope Today : ଜୁଲାଇ ୩ ତାରିଖ, ଶୁକ୍ରବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଭାଗ୍ୟର ସହଯୋଗ ମିଳିବ। ବ୍ୟବସାୟ ଓ ଚାକିରିରେ ଉନ୍ନତିର ଯୋଗ ରହିଛି। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ଦୂରଯାତ୍ରା ସଫଳ ହୋଇପାରେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।

ମେଷ– କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଭଲ ଫଳ ମିଳିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଧନ ପ୍ରାପ୍ତିର ନୂଆ ସୁଯୋଗ ସୃଷ୍ଟି ହେବ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ଧୈର୍ଯ୍ୟ ରଖି କାର୍ଯ୍ୟ କରନ୍ତୁ।

ବୃଷ– ଭାଗ୍ୟର ସହଯୋଗ ମିଳିବ। ବ୍ୟବସାୟ ଓ ଚାକିରିରେ ଉନ୍ନତିର ଯୋଗ ରହିଛି। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ଦୂରଯାତ୍ରା ସଫଳ ହୋଇପାରେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।

ମିଥୁନ– ଅଷ୍ଟମ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କାର୍ଯ୍ୟରେ ସତର୍କତା ଆବଶ୍ୟକ। ଅନାବଶ୍ୟକ ବାଦବିବାଦ ଓ କ୍ରୋଧରୁ ଦୂରେଇ ରୁହନ୍ତୁ। ଆର୍ଥିକ କାରବାରରେ ଭଲଭାବେ ବିଚାର କରି ନିଷ୍ପତ୍ତି ନିଅନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଯାତ୍ରାରେ ସାବଧାନ ରୁହନ୍ତୁ। ଧୈର୍ଯ୍ୟ ରଖିଲେ ପରିସ୍ଥିତି ନିୟନ୍ତ୍ରଣରେ ରହିବ।

କର୍କଟ– କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ପରିବାରରେ ଶୁଭ ଖବର ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି।

ସିଂହ– ଘାତ ଚନ୍ଦ୍ରର ପ୍ରଭାବରୁ ମାନସିକ ଅଶାନ୍ତି ଓ ଅନାବଶ୍ୟକ ଚିନ୍ତା ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ କାହା ସହିତ ମତଭେଦ ହୋଇପାରେ। ବଡ଼ ଆର୍ଥିକ ନିଷ୍ପତ୍ତି କିମ୍ବା ନୂଆ ନିବେଶକୁ ସ୍ଥଗିତ ରଖନ୍ତୁ। ଯାନବାହନ ଚଳାଚଳରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ପରିବାରର ସହଯୋଗ ମନୋବଳ ବଢ଼ାଇବ।

କନ୍ୟା– ପରିଶ୍ରମର ଫଳ ନିଶ୍ଚିତ ମିଳିବ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ। ପରିବାରରେ ଖୁସିର ପରିବେଶ ରହିବ। ଛାତ୍ରଛାତ୍ରୀମାନେ ଭଲ ଫଳ ପାଇବେ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ତୁଳା– ଚତୁର୍ଥ ଚନ୍ଦ୍ରର ପ୍ରଭାବରୁ ମନରେ ଅସ୍ଥିରତା ଦେଖାଦେଇପାରେ। ଘରୋଇ ବିଷୟରେ ଅଧିକ ଧୈର୍ଯ୍ୟ ରଖନ୍ତୁ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ତରବର କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତିରେ କିଛି ସୁଧାର ଆସିବ।

ବିଛା– ସାହସ ଓ ଆତ୍ମବିଶ୍ୱାସ ବଢ଼ିବ। ଛୋଟ ଯାତ୍ରା ଲାଭଦାୟକ ହୋଇପାରେ। ଭାଇଭଉଣୀଙ୍କ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ଧନ ଲାଭର ସମ୍ଭାବନା ରହିଛି। ନୂଆ କାମରେ ସଫଳତା ମିଳିବ।

ଧନୁ– ଧନ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ଆନନ୍ଦର ପରିବେଶ ରହିବ। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ବ୍ୟବସାୟରେ ଭଲ ଲାଭ ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ। ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ।

ମକର– ଚନ୍ଦ୍ର ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ସମୟ ଅନୁକୂଳ। ପରିବାରରେ ସମ୍ମାନ ବଢ଼ିବ। ବ୍ୟବସାୟରେ ଭଲ ସୁଯୋଗ ମିଳିବ। ସ୍ୱାସ୍ଥ୍ୟ ସାଧାରଣ ଭଲ ରହିବ। ଅଧିକ ପରିଶ୍ରମର ଭଲ ଫଳ ମିଳିବ।

କୁମ୍ଭ– ଦ୍ୱାଦଶ ଚନ୍ଦ୍ରର ପ୍ରଭାବରୁ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ମାନସିକ ଚିନ୍ତା କିମ୍ବା ନିଦ୍ରାହୀନତା ଅନୁଭବ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଗୁପ୍ତ ବିରୋଧୀଙ୍କଠାରୁ ସତର୍କ ରୁହନ୍ତୁ। ଦୂରଯାତ୍ରାରେ ସାବଧାନତା ଅବଲମ୍ବନ କରନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ଧ୍ୟାନ ଓ ପ୍ରାର୍ଥନା ମନକୁ ଶାନ୍ତ ରଖିବ।

ମୀନ– ଆୟ ବୃଦ୍ଧିର ସୁଯୋଗ ମିଳିବ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ଭଲ ଲାଭର ଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ। ସନ୍ତାନଙ୍କ ତରଫରୁ ଶୁଭ ଖବର ମିଳିପାରେ। ଭବିଷ୍ୟତ ପାଇଁ ଯୋଜନା କରିବାରେ ଦିନଟି ଭଲ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button