ଅପରାଧ

ପ୍ରେମିକ ସହ ମିଶି ସ୍ବାମୀକୁ ଗ୍ରାଇଣ୍ଡରରେ କାଟି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ, ପୋଲିସକୁ ସବୁ କହିଦେଲା ୧୦ ବର୍ଷର ଝିଅ

ଝିଅଟି କହିଛି, ଘଟଣା ଦିନ ସେ ଏବଂ ତାଙ୍କ ଭାଇ ସ୍କୁଲରେ ଥିଲେ। ଯେତେବେଳେ ସେମାନେ ଏହି ଲୋକମାନଙ୍କୁ ଘରକୁ ଆସିବାକୁ ବାରଣ କରିବାକୁ ଚେଷ୍ଟା କରୁଥିଲେ, ତାଙ୍କ ମା ସେମାନଙ୍କୁ ଧମକ ଦେଉଥିଲେ । ଝିଅଟି କାନ୍ଦି କାନ୍ଦି କହିଛି, ‘ମୋ ବାପାଙ୍କ ସହିତ ଏପରି କରିଥିବା ମୋ ମା’ ଏବଂ ଅନ୍ୟମାନଙ୍କୁ ଫାଶୀ ଦିଆଯିବା ଦରକାର।’

ସମ୍ଭଲ: ମେରଠ ପରେ ଏବେ ସମ୍ଭଲ । ପ୍ରେମିକ ସହ ମିଶି ସ୍ବାମୀକୁ ନିର୍ମମ ହତ୍ୟା କଲା ସ୍ତ୍ରୀ । ସ୍ବାମୀର ଶରୀରକୁ ଖଣ୍ଡ ଖଣ୍ଡ କରିବା ପରେ ପ୍ୟାକ୍ କରି ଫୋପାଡ଼ି ଦେଲା । ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାର ଚନ୍ଦୌସି କୋତୱାଲି ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମିକ ଏବଂ ସହଯୋଗୀମାନଙ୍କ ସହିତ ମିଶି ତା ସ୍ୱାମୀଙ୍କ ହାତଗୋଡ଼କୁ ଗ୍ରାଇଣ୍ଡରରେ କାଟି ନିର୍ମମ ଭାବରେ ହତ୍ୟା କରିଛି । ହତ୍ୟା ପରେ, ତାଙ୍କ ପରିଚୟ ଲୁଚାଇବା ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫୋପାଡ଼ି ଦେଇଥିବା ଜଣାପଡ଼ିଛି । ପୋଲିସ ମୃତକଙ୍କ କଟା ହାତଗୋଡ଼ ଏବଂ ମୁଣ୍ଡ ଉଦ୍ଧାର କରିଛି । ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଛି । ହତ୍ୟା କରିବାରେ ମହିଳାକୁ ସହାୟତା କରିଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ଡିସେମ୍ବର ୧୫ ତାରିଖ ସକାଳେ ପାଟରାଉଆର ଇଦଗାହ ନିକଟ ଏକ ନାଳରେ ଜଣେ ଯୁବକଙ୍କ ବିକୃତ ମୃତଦେହ ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସୂଚନା ପାଇ ଇନ୍ସପେକ୍ଟର ଅନୁଜ ତୋମାର ଏବଂ ମନୋଜ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତରୁ ଜଣାପଡିଛି ଯେ, ଯୁବକ ଜଣଙ୍କ ୩୫ ବର୍ଷୀୟ ରାହୁଲ । ସେ ରାଜପୁରା ଥାନା ଅଞ୍ଚଳର ଗନ୍ନା ନଗର ନିବାସୀ ଜସୱନ୍ତଙ୍କ ପୁଅ। ମୃତଦେହର ହାତରେ “ରାହୁଲ” ନାଁରେ ଏକ ଟାଟୁ ଥିଲା । ଫଳରେ ମୃତଦେହ ଚିହ୍ନଟ ସହଜ ହୋଇଥିଲା।

ମୃତ ରାହୁଲ ୧୫ ବର୍ଷ ପୂର୍ବେ ଚାନ୍ଦୌସିର ମୋହଲ୍ଲା ଚୁନି ନିବାସୀ ରୁବିକୁ ବିବାହ କରିଥିଲେ। ଦମ୍ପତିଙ୍କର ଦୁଇଟି ସନ୍ତାନ ୧୦ ବର୍ଷର ଝିଅ ଏବଂ ଏକ ୧୨ ବର୍ଷର ପୁଅ ଅଛନ୍ତି । ରାହୁଲ ଜଣେ ଜୋତା ବ୍ୟବସାୟୀ ଥିଲେ ଏବଂ ନଭେମ୍ବର ୧୮ ତାରିଖରୁ ନିଖୋଜ ଥିଲେ। ତାଙ୍କ ସ୍ତ୍ରୀ ରୁବି ନଭେମ୍ବର ୨୪ ତାରିଖରେ ଚାନ୍ଦୌସି ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲା । ତଦନ୍ତ ସମୟରେ ରୁବିର ଭୂମିକା ସନ୍ଦେହ ଘେରକୁ ଆସିଥିଲା । ତଦନ୍ତ ପରେ ରୁବି ତା’ ପ୍ରେମିକ ଅଭିଷେକ ଏବଂ ଅନ୍ୟ ଜଣେ ଯୁବକ ଗୌରବକୁ ଅଟକ ରଖାଯାଇଥିଲା। ଅଭିଯୁକ୍ତଙ୍କ ସୂଚନା ପରେ, ପୋଲିସ ଘରୁ ଏକ କାଠ ପଟା, ଏକ ସ୍କୁଟର, ଏକ ବ୍ୟାଗ, ଏକ ଟଏଲେଟ୍ ବ୍ରଶ୍, ଏକ ଲୁହା ରଡ୍ ଏବଂ ଇଲେକ୍ଟ୍ରିକ୍ ହିଟର୍ ଉଦ୍ଧାର କରିଥିଲା।

ଏହି ମାମଲାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଖୁଲାସା ମୃତକଙ୍କ ୧୦ ବର୍ଷର ଝିଅ କରିଛି। ତାଙ୍କ ବାପାମାଆଙ୍କ ମଧ୍ୟରେ ସବୁ ବେଳେ ଝଗଡ଼ା ହେଉଥିଲା । ଗୌରବ ଏବଂ ଅଭିଷେକ ନାମକ ଦୁଇ ଜଣ ଲୋକ ଘରକୁ ଆସୁଥିଲେ। ସେମାନେ ତାଙ୍କ ପାଇଁ ଚକୋଲେଟ୍ ଏବଂ ଖାଦ୍ୟ ଆଣୁଥିଲେ ବୋଲି ଝିଅଟି କହିଛି । ରାହୁଲଙ୍କ ଝିଅ ଆହୁରି କହିଛି, ‘ଅଭିଷେକ କହୁଥିଲା କେବଳ କିଛି ମାସର କଥା, ତା’ପରେ ମୋ ବାପା ଚାଲିଯିବେ।’

ଝିଅଟି କହିଛି, ଘଟଣା ଦିନ ସେ ଏବଂ ତାଙ୍କ ଭାଇ ସ୍କୁଲରେ ଥିଲେ। ଯେତେବେଳେ ସେମାନେ ଏହି ଲୋକମାନଙ୍କୁ ଘରକୁ ଆସିବାକୁ ବାରଣ କରିବାକୁ ଚେଷ୍ଟା କରୁଥିଲେ, ତାଙ୍କ ମା ସେମାନଙ୍କୁ ଧମକ ଦେଉଥିଲେ । ଝିଅଟି କାନ୍ଦି କାନ୍ଦି କହିଛି, ‘ମୋ ବାପାଙ୍କ ସହିତ ଏପରି କରିଥିବା ମୋ ମା’ ଏବଂ ଅନ୍ୟମାନଙ୍କୁ ଫାଶୀ ଦିଆଯିବା ଦରକାର।’ ପୋଲିସ ଏବେ ଶରୀରର ଅବଶିଷ୍ଟ ଅଂଶ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛି ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button