ଖେଳ

Ind vs WI T20: ଭାରତକୁ ଝଟକା; ହଠାତ୍ ଟି-୨୦ ଦଳରୁ ବାଦ୍ ୱାସିଂଟନ୍ ସୁନ୍ଦର, କାହିଁକି ବିସିସିଆଇ ନେଲା ନିଷ୍ପତ୍ତି ?

ନୂଆଦିଲ୍ଲୀ,୦୨/୧୦; ଭାରତୀୟ ଟି-ଟ୍ୱେଣ୍ଟି ଦଳ ସହ ଏସିଆଡ୍ ଖେଳିବା ପାଇଁ ଜାପାନ ଗସ୍ତରେ ଥିବା ଅଲ୍‌ରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ଆଗାମୀ ୱେଷ୍ଟ ଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ନମନ ଧିର ଦଳରେ ସ୍ଥାନ ପାଇଛନ୍ତି । ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତକୁ ନଜରରେ ରଖି ସୁନ୍ଦରଙ୍କୁ ଟି-ଟ୍ୱେଣ୍ଟି ସିରିଜରୁ ବିଶ୍ରାମ ଦିଆଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସମେତ ୫ଟି ଦିନିକିଆ ଓ ସମାନ ସଂଖ୍ୟକ ଟି ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ସୁନ୍ଦରଙ୍କୁ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ସେ ଜାପାନରୁ ଫେରିବା ପରେ ନିଜ ରାଜ୍ୟ ଦଳ ପକ୍ଷରୁ ସିଧା ରଣଜୀ ଟ୍ରଫି ଖେଳିବେ । ଆସନ୍ତା ୧୧ ତାରିଖରୁ ରଣଜୀ ଟ୍ରଫି ଆରମ୍ଭ ହେବ । ତାମିଲନାଡ଼ୁ ପ୍ରଥମ ମ୍ୟାଚରେ ରାଜସ୍ଥାନକୁ ଭେଟିବ । ଚଳିତ ମାସ ୨୨ ତାରିଖରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଜରିଆରେ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ଅଲରାଉଣ୍ଡର ନମନ ଧୀରଙ୍କୁ ଭାରତୀୟ ଦଳରେ ସ୍ଥାନ ଦିଆଯାଇଛି । ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଡେବ୍ୟୁ କରିଥିଲେ ନମନ । ବର୍ତ୍ତମାନ ତାଙ୍କୁ ଟି-ଟ୍ୱେଣ୍ଟି ଦଳରେ ସାମିଲ କରାଯାଇଛି । ଏସିଆନ ଗେମ୍ସ କ୍ରିକେଟରେ ୱାସିଂଟନ ସୁନ୍ଦର ଜାପାନରେ ଅଛନ୍ତି । ଆସନ୍ତାକାଲି ପାକିସ୍ତାନ ବିପକ୍ଷରେ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳାଯିବ । ଶ୍ରୀଲଙ୍କା ବିପକ୍ଷ ସେମିଫାଇନାଲ ମ୍ୟାଚରେ ସେ ଖେଳୁଥିବାର ନଜର ଆସିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ତାଙ୍କ ନାଁ ଥିଲା, କିନ୍ତୁ ବର୍ତ୍ତମାନ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୁନ୍ଦରଙ୍କ ସ୍ଥାନରେ ନମନ ଧୀରଙ୍କୁ ସାମିଲ କରିବାକୁ ଘୋଷଣା କରିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button