India vs South AfricaT20I: ତିଲକ-ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଯୁବ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ୫ମ୍ୟାଚ୍‌ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମୁକାବିଲାରେ ଉଭୟ ବ୍ୟାଟର ଶତକୀୟ ଭାଗିଦାରୀ ହୋଇପାରିଛନ୍ତି।

ଅହମଦାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଯୁବ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ୫ମ୍ୟାଚ୍‌ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମୁକାବିଲାରେ ଉଭୟ ବ୍ୟାଟର ଶତକୀୟ ଭାଗିଦାରୀ ହୋଇପାରିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୩୧ ରନ୍‌ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଭାରତ ପାଇଁ ତିଲକ ବର୍ମା ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୨ଟି ବଲ୍‌ ଖେଳି ଥିଲେ। ଏଥିରୁ ସେ ୧୦ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨୫ଟି ବଲ୍‌ ଖେଳି ୫ଟି ଚୌକା ଓ ୫ଟି ଛକା ବଳରେ ୬୩ ରନ୍‌ ସଂଗ୍ରହ କରିଥିଲେ। ଉଭୟ ଖେଳାଳି ଦକ୍ଷିଣ ଆଫ୍ରିକାର ଚତୁର୍ଥ ଓ ପଞ୍ଚମ ଶିକାର ହୋଇଥିଲେ।

ଭାରତର ଭଲ ଆରମ୍ଭ

ଭାରତର ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଓ ସଂଜୁ ସାମସନ୍‌ ପ୍ରଥମ ୱିକେଟ୍‌ ପାଇଁ ୬୩ ରନ୍‌ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକାର ପ୍ରଥମ ଶିକାର ହୋଇଥିଲେ ଅଭିଷେକ ଶର୍ମା। ସେ ୨୧ଟି ବଲ୍‌ ଖେଳି ୩୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଭାରତ ଦ୍ବିତୀୟ ୱିକେଟ୍‌ ଭାବେ ସଂଜୁ ସାମସନ୍‌ଙ୍କୁ ହରାଇଥିଲା, ଯିଏକି ବ୍ୟକ୍ତିଗତ ଭାବେ ୩୭ ରନ୍‌ ସଂଗ୍ରହ କରିଥିଲେ। ସେ ୨୨ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ସୂର୍ଯ୍ୟକୁମାର ଯାଦବ ତୃତୀୟ ୱିକେଟ୍‌ ଭାବେ ଆଉଟ୍‌ ହୋଇଥିଲେ। ସେ ୭ଟି ବଲ୍‌ ଖେଳି ସହାୟତାରେ ୫ ରନ୍‌ ସଂଗ୍ରହ କରିଥିଲେ।

ସୌଜନ୍ୟ ସମ୍ବାଦ

Exit mobile version