Infiltration: ଅନୁପ୍ରବେଶ କେବଳ ଏକ ନିର୍ବାଚନ ପ୍ରସଙ୍ଗ ନୁହେଁ: ମୋଦୀ

ଅନୁପ୍ରବେଶକାରୀଙ୍କୁ ଜମି ଅକ୍ତିଆର କରିବାକୁ କଂଗ୍ରେସ ଅନୁମତି ଦେଉଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ, ଆସାମରେ ଅନୁପ୍ରବେଶ କେବଳ ଏକ....

ଗୁଆହାଟୀ,: ଅନୁପ୍ରବେଶକାରୀଙ୍କୁ ଜମି ଅକ୍ତିଆର କରିବାକୁ କଂଗ୍ରେସ ଅନୁମତି ଦେଉଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ, ଆସାମରେ ଅନୁପ୍ରବେଶ କେବଳ ଏକ ନିର୍ବାଚନ ପ୍ରସଙ୍ଗ ନୁହେଁ ବରଂ ରାଜ୍ୟର ପରିଚୟ ଓ ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ। କଂଗ୍ରେସ ଅନୁପ୍ରବେଶକାରୀଙ୍କ ଦ୍ବାରା ବେଆଇନ ଜମି ଦଖଲକୁ ଅନୁମତି ଦେଇଛି। ଯେଉଁଠା‌ରେ ବି ଅନୁପ୍ରବେଶକାରୀ ରହୁଛନ୍ତି ସେମାନେ କ୍ଷୁଦ୍ର ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ଜୀବିକାକୁ ହଡ଼ପ କରିନେଉଛନ୍ତି। ଏପ୍ରିଲ ୯ ତାରିଖରେ ଆସାମ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ରାଜ୍ୟରେ ବିଜେପି ବୁଥ୍‌-ସ୍ତରୀୟ କର୍ମଚାରୀଙ୍କୁ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ରାଜ୍ୟରେ ଦୀର୍ଘ ସମୟ ଧରି ଅସ୍ଥିରତା ଜାରି ରହିଥିଲା କିନ୍ତୁ ଗତ ୨ ଦଶନ୍ଧି ମଧ୍ୟରେ ପରିସ୍ଥିତି ବଦଳି ଯାଇଛି। କାରଣ ବିଜେପିର ଡବଲ ଇଞ୍ଜିନ ସରକାର ରାଜ୍ୟରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ସବୁ ଉଦ୍ୟମ କରିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version