ରାଜ୍ୟ

Inter-State Cyber Fraud ଅନ୍ତଃରାଜ୍ୟ ସାଇବର ଠକେଇ ରାକେଟ୍‌ର ପର୍ଦ୍ଦାଫାସ୍, ୨ ଗିରଫ

ରାଉରକେଲାରେ ମ୍ୟୁଲ୍‌ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସାଇବର ଠକେଇ ଅଭିଯୋଗରେ ୨ ଗିରଫ। ୪ ଆକାଉଣ୍ଟରେ ୨୫ ଲକ୍ଷରୁ ଅଧିକ ଟଙ୍କା କାରବାର।

ଅଭିଯୁକ୍ତ ନାଁରେ ୭ ରାଜ୍ୟରେ ମାମଲା

ରାଉରକେଲା (ଦେବ ଗଡ଼ତିଆ): ଶିକ୍ଷା ଅଣ୍ଡର୍‌ମେଟ୍ରିକ୍‌ ମାତ୍ର କାରନାମା ଲମ୍ବିଛି ଦିଲ୍ଲୀ ଯାଏ। ନିଜର ସାଙ୍ଗସାଥୀ ତଥା ପାଖପଡ଼ୋ‌ଶୀଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସାଇବର ଠକମାନଙ୍କୁ ବିକ୍ରି କରୁଥିଲେ। ଆଉ ସେହି ଆକାଉଣ୍ଟ ଜରିଆରେ ସାଇବର ଠକ ସିଣ୍ଡିକେଟ୍‌ ଲକ୍ଷଲକ୍ଷ ଟଙ୍କା ନେଣଦେଣ କରୁଥିଲେ। ଏଭଳି ଏକ ଅନ୍ତଃରାଜ୍ୟ ସାଇବର ଠକେଇ ରାକେଟ୍‌ର ପର୍ଦ୍ଦାଫାସ କରିଛି ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ପୁଲିସ। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତମାନେ ହେଲେ ରାଉରକେଲା ରେଲଓ୍ବେ କଲୋନିର ଶେଖ ଅମାନ(୨୨) ଓ ନୂଆ ବସଷ୍ଟାଣ୍ଡ ଅଞ୍ଚଳର ଯଶରାଜ ସିଂ(୨୪)। ସେମାନଙ୍କଠାରୁ ଗୋଟିଏ ସ୍କୁଟି(ଓଡି-୧୪ଏଏମ୍-୯୦୩୬), ୨ଟି ମୋବାଇଲ୍, ୩ଟି ଆଧାର କାର୍ଡ, ଏଟିଏମ୍, ବ୍ୟାଙ୍କ ପାସ୍‌ବୁକ୍ ଆଦି ଜବତ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ଏନେଇ ରାଉରକେଲା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସ୍‌ମିଟରେ ଏସ୍‌ପି ନୀତେଶ ଓ୍ବାଧଓ୍ବାନୀ ସୂଚନା ଦେଇଛନ୍ତି। ତାଙ୍କ ସହ ଅତିରିକ୍ତ ଏସ୍‌ପି ଶ୍ରାବଣୀ ନାୟକ, ଜୋନ୍-୨ ଡିଏସ୍‌ପି ଯତୀନ୍ଦ୍ରନାଥ ସେଠୀ ଓ ବନ୍ଧମୁଣ୍ଡା ଥାନାଧିକାରୀ ରଞ୍ଜନ ନାୟକ ମଧ୍ୟ ଉପସ୍ଥିତ ଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button