ଖେଳ

IPL: ଆଇପିଏଲ: ଖେଳାଳି କିଣାବିକାରେ ସ୍ୱଚ୍ଛତା ଦାବି କଲେ ଗାଭାସ୍କର

ଆଇପିଏଲ୍‌ରେ ଖେଳାଳି କିଣାବିକା ସମ୍ପର୍କିତ ଆର୍ଥିକ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ତାଙ୍କ ମତରେ, ଏସବୁ କିଣାବିକାରେ କେତେ ଟଙ୍କାର କାରବାର ହେଉଛି ତାହା କେବଳ ସମ୍ପୃକ୍ତ ଦୁଇ ଫ୍ରାଞ୍ଚାଇଜ୍‌, ଖେଳାଳି ଓ ବିସିସିଆଇ ଜାଣୁଛନ୍ତି।

ନୂଆଦିଲ୍ଲୀ: ଆଇପିଏଲ୍‌ରେ ଖେଳାଳି କିଣାବିକା ସମ୍ପର୍କିତ ଆର୍ଥିକ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ତାଙ୍କ ମତରେ, ଏସବୁ କିଣାବିକାରେ କେତେ ଟଙ୍କାର କାରବାର ହେଉଛି ତାହା କେବଳ ସମ୍ପୃକ୍ତ ଦୁଇ ଫ୍ରାଞ୍ଚାଇଜ୍‌, ଖେଳାଳି ଓ ବିସିସିଆଇ ଜାଣୁଛନ୍ତି। ଅନ୍ୟ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଏ ସମ୍ପର୍କରେ ଅବଗତ ରହୁନାହାନ୍ତି। ଏଣୁ ଏଥିରେ ସ୍ବଚ୍ଛତା ରହୁନାହିଁ। ଏପରି ସ୍ଥିତିରେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ନିଜ ଦଳର ଖେଳାଳିଙ୍କ ପାଇଁ ନିର୍ଦ୍ଧାରିତ ପାଉଣା ସୀମା ବଜାୟ ରଖିଛନ୍ତି କି ନାହିଁ, ତାହା ନେଇ ପ୍ରଶ୍ନ ଉଠିପାରେ। ତେଣୁ ବିଶ୍ବର ସବୁଠାରୁ ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍‌ ଆଇପିଏଲ୍‌ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ପାଇଁ କିଣାବିକାର ଆର୍ଥିକ ତଥ୍ୟ ସାର୍ବଜନୀନ କରାଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

ପୁଣି ଗୁଜରାଟ ଟାଇଟନ୍ସକୁ ଫେରିବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଦ୍ୟମ

ସୂଚନାଯୋଗ୍ୟ, ଦୁଇବର୍ଷ ତଳେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଆସିଥିଲେ। ଏହା ସେତେବେଳେ ଆଇପିଏଲ୍‌ ଇତିହାସର ସବୁଠାରୁ ବଡ଼ ଖେଳାଳି କ୍ରୟ ଭାବେ ଚର୍ଚ୍ଚିତ ହୋଇଥିଲା, କିନ୍ତୁ ନିର୍ଦ୍ଦିଷ୍ଟଭାବେ କେତେ ଟଙ୍କାରେ ଦୁଇ ଫ୍ରାଞ୍ଚାଇଜି ମଧ୍ୟରେ ଏହି ଡିଲ୍‌ ହୋଇଥିଲା ତାହା ସ୍ପଷ୍ଟ ହୋଇ ନଥିଲା । ଚଳିତ ବର୍ଷର ଆଇପିଏଲ୍‌ ପୂର୍ବରୁ ସଂଜୁ ସାମସନ ରାଜସ୍ଥାନ ରୟାଲ୍ସ ଛାଡ଼ି ଚେନ୍ନାଇ ସୁପରକିଙ୍ଗସକୁ ଆସିଥିଲେ। ଆଇପିଏଲ୍‌ ପରେ ସ୍ପିନର କୁଳଦୀପ ଯାଦବ ଓ ବ୍ୟାଟର ଋଷଭ ପନ୍ତଙ୍କୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାୟାଣ୍ଟ୍‌ସ ମଧ୍ୟରେ ଏକ ଅଦଳବଦଳ ହୋଇଥିଲା। ଏବେ ପୁଣି ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସକୁ ଫେରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ମଧ୍ୟରେ ଗାଭାସ୍କରଙ୍କ ଏହି ବୟାନ ଆସିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button