ରାଜ୍ୟ

ଜିତୁ ମୁଣ୍ଡା ଭଉଣୀର କଙ୍କାଳ ଧରି ବ୍ୟାଙ୍କ ଯିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଗାଁରେ ପହଞ୍ଚିଲା…

ପାଟଣା,୩୦।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀଙ୍କ କଙ୍କାଳ ଖୋଳି ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ରଖିବା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପ୍ରସାରିତ ହେବା ପରେ ମଙ୍ଗଳବାର ପ୍ରଶାସନ ତରଫରୁ ଜମା ଟଙ୍କା ସହ ସହ ରେଡକ୍ରସରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଏବେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଜିତୁ ମୁଣ୍ଡାଙ୍କ ଘରେ ଓ ମଶାଣୀସ୍ଥଳରେ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ସମଗ୍ର ସ୍ଥିତି ଅନୁଧ୍ୟାନ କରିବା ପରେ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ତାଙ୍କ ସହ କେନ୍ଦୁଝର ଜିଲାପାଳ ବିଶାଲ ସିଂ ,ଉପଜିଲାପାଳ ଉମାଶଙ୍କର ଦଳେଇ , ସ୍ବତନ୍ତ୍ର ଭୁ ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ, ପାଟଣା ତହସିଲଦାର ଅଶ୍ୱନୀ ନାଏକ ଓ ଭିଡ଼ିଓ ମାନସ ରଞ୍ଜନ ଦଣ୍ଡ ପାଟଙ୍କ ସହ ପୋଲିସ ପ୍ରସନାଲ ସାମିଲ ହୋଇଥିଲେ।

 

 

 

ସୌଜନ୍ୟ ଧରିତ୍ରୀ

Show More
Back to top button