ଦେଶ ବିଦେଶ

Ishq Karo Party: କକ୍ରୋଚ୍ ପାର୍ଟି ପରେ ଏବେ ‘ଇସ୍କ କରୋ ପାର୍ଟି’

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ପରେ ଏବେ ପୂର୍ବତନ ସୁପ୍ରିମକୋର୍ଟବିଚାରପତି ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ ଏକ ନୂତନ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି। କାଟଜୁଙ୍କ ଏହାର ନାମ ‘ଇସ୍କ କରୋ ପାର୍ଟି’ ଦେଇଛନ୍ତି। ଏହି ପାର୍ଟି ଭାରତ ସାମ୍ନା କରୁଥିବା ଗମ୍ଭୀର ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବ ବୋଲି ସେ କହିଛନ୍ତି। କାଟଜୁ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ତାଙ୍କ ନୂଆ ଦଳରେ ଯୋଗଦେବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। କାଟଜୁ ତାଙ୍କ ଫେସବୁକ୍ ପୋଷ୍ଟରେ ସିଜେପିକୁ କଡ଼ା ସମାଲୋଚନା କରିଛନ୍ତି ଏବଂ ଏହାର ପ୍ରତିଷ୍ଠାତାଙ୍କୁ ମୂର୍ଖ ବୋଲି କହିଛନ୍ତି। କାଟଜୁ ଦଳର ବିଚାରଧାରା ଏବଂ ଏହାର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ସମାଲୋଚନା କରି କହିଛନ୍ତି ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା କୌଣସି ଫରକ ପକାଇବ ନାହିଁ। ଅଭିଜିତ୍ ଦୀପକେଙ୍କ ମୂର୍ଖତା ଏଥିରୁ ସ୍ପଷ୍ଟ। ଯଦି ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବେ, ତେବେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ମନ୍ତ୍ରୀ ଆସିବେ। ଏହା କିଛି ଫରକ ପକାଇବ ନାହିଁ।

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି

ଜଷ୍ଟିସ୍ କାଟଜୁ, ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଲୋକମାନେ ଆମ ପାର୍ଟିକୁ ପରିହାସ କରି ପୁଅ ଏବଂ ଝିଅଙ୍କ ମଧ୍ୟରେ ପ୍ରେମକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରକାର ଭାଲେଣ୍ଟାଇନ୍ସ ଡେ ବୋଲି ଭାବିପାରନ୍ତି । କିନ୍ତୁ ଏଭଳି ଚିନ୍ତା କରିବା ସମ୍ପୂର୍ଣ୍ଣ ଭୁଲ୍ । ଭାରତର ଦାରିଦ୍ର୍ୟ, ଶିଶୁ କୁପୋଷଣ, ବେକାରୀ ଏବଂ ଅନ୍ୟାନ୍ୟ ସମାନ ସମସ୍ୟାର ସମାଧାନ ଲୋକଙ୍କ ମଧ୍ୟରେ ଏକତା ମାଧ୍ୟମରେ କରାଯାଇପାରିବ। କାଟଜୁ କହିଛନ୍ତି, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମର ସମସ୍ତ ଲୋକଙ୍କ ପାଇଁ ପ୍ରେମ (ଇସ୍କ) ରହିବା ଆବଶ୍ୟକ। ତେବେ ହିଁ ଆମେ ଆଧୁନିକ ଚିନ୍ତାଧାରାର ନେତାମାନଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ଜନସଂଗ୍ରାମ ଆରମ୍ଭ କରିପାରିବା, ଯାହା ଦ୍ଵାରା ଆମର ଲୋକମାନେ ସେମାନଙ୍କର ଦୟନୀୟ ଅବସ୍ଥାରୁ ମୁକ୍ତି ପାଇପାରିବେ। କ୍ଷମତା ଲୋଭ ଯୋଗୁଁ ନେତା ଲୋକଙ୍କର ଚିନ୍ତା କରୁ ନାହାଁନ୍ତି ବୋଲି ସେ ଅଭିଯୋଗ କରିଛ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button