ନୂଆଦିଲ୍ଲୀ: ଘୋଷଣା କରିଥିଲୁ। ହେଲେ ପୂରଣ କରିପାରିବୁ ନାହିଁ। ଏଭଳି କହି ହାତ ଟେକିଦେଲେ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ କୈଳାସ ବିଜୟବର୍ଗୀୟ। ତାଙ୍କର ଏହି ବୟାନ ଏବେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଭୋପାଳରେ ଅନୁଷ୍ଠିତ ଏକ ଆଞ୍ଚଳିକ ସହରାଞ୍ଚଳ ବିକାଶ ସମୀକ୍ଷା ବୈଠକରେ ମନ୍ତ୍ରୀ କୈଳାସ ବିଜୟବର୍ଗୀୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ରାଜନୈତିକ ବାଧ୍ୟବାଧକତା ଯୋଗୁଁ ପୂର୍ବରୁ ଅନେକ ଘୋଷଣା କରାଯାଇଥିଲା। କିନ୍ତୁ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ବିଭିନ୍ନ ସହରାଞ୍ଚଳ ବିକାଶ ପ୍ରକଳ୍ପକୁ ଆଗକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ପର୍ଯ୍ୟାପ୍ତ ପାଣ୍ଠିର ଆବଶ୍ୟକତା ରହିଛି।
ସୌଜନ୍ୟ ସମ୍ବାଦ

