Kanpur MBA Student: ଆଇସିୟୁରେ ଭର୍ତ୍ତି ଥିବା ଆୟୁଷଙ୍କ ଦୁଃଖଦାୟକ କାହାଣୀ

କାନପୁରରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଘରର ଆର୍ଥିକ ପରିସ୍ଥିତି ଜଣେ ଏମବିଏ ଛାତ୍ରଙ୍କୁ କିଡନି ବିକ୍ରି କରିବାକୁ ବାଧ୍ୟ କରିଛି। ଆଇସିୟୁରେ ଭର୍ତ୍ତି ଥିବା ଆୟୁଷ କୁମାର ତାଙ୍କ ଯନ୍ତ୍ରଣାଦାୟକ କାହାଣୀ ବଖାଣିଛନ୍ତି।

ନୂଆଦିଲ୍ଲୀ: କାନପୁରରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଘରର ଆର୍ଥିକ ପରିସ୍ଥିତି ଜଣେ ଏମବିଏ ଛାତ୍ରଙ୍କୁ କିଡନି ବିକ୍ରି କରିବାକୁ ବାଧ୍ୟ କରିଛି। ଆଇସିୟୁରେ ଭର୍ତ୍ତି ଥିବା ଆୟୁଷ କୁମାର ତାଙ୍କ ଯନ୍ତ୍ରଣାଦାୟକ କାହାଣୀ ବଖାଣିଛନ୍ତି।

ଆଇସିୟୁରେ ଭର୍ତ୍ତି ଥିବା  ଆୟୁଷ ନିଜ ସ୍ବାସ୍ଥ୍ୟାବସ୍ଥାକୁ ଖାତିର ନକରି ମ‌ା’ଙ୍କ କଥ‌ା ପ୍ରତି ମୁହୂର୍ତ୍ତରେ ଚିନ୍ତା କରୁଛନ୍ତି। ତାଙ୍କ ନିକଟକୁ ଆସୁଥିବା ଡାକ୍ତର ଓ ପୁଲିସଙ୍କୁ ବାରମ୍ବାର ହାତରେ ଆଙ୍କିଥିବା ‘ଆଇ ଲଭ ୟୁ ମମ’ ଟାଟୁକୁ ଦେଖାଇ କହୁଛନ୍ତି, ‘ସାର ମୋର ଅନୁରୋଧ ରକ୍ଷା କରିବ ମା’ଙ୍କୁ କିଛି କହିବେ ନାହିଁ।’

କଲେଜ ଫି ପାଇଁ ବିକ୍ରି କଲେ କିଡନି

ହେଲଟ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ଥିବ‌ା ଆୟୁଷ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ‌କିନ୍ତୁ ସେ ଏବେ ଘୋର ମାନସିକ ଚାପରେ ଅଛନ୍ତି। ସେ ନେଇଥିବା କଠୋର ପଦକ୍ଷେପ ପାଇଁ ପଶ୍ଚତାପ ମଧ୍ୟ କରୁଛନ୍ତି।  ଘଟଣାଟି ହେଉଛି ଏପରି… ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆୟୁଷଙ୍କ ପାଠପଢ଼ାରେ ଅନେକ ବାଧା ଆସିଛି। ‌ସେ କିଛି ବର୍ଷ ହେବ କଲେଜ ଫି ବି ଭରି ପାରି ନାହାନ୍ତି। ଟଙ୍କା ପାଇଁ ଅନେକ ଉଦ୍ୟମ କରିଛନ୍ତି କିନ୍ତୁ ପ୍ରତିଟି କ୍ଷେତ୍ର‌ରେ ତ‌ାଙ୍କୁ ମିଳିଛି ଅସଫଳତା। ତେଣୁ  ନିକଟରେ ସେ ଚାକିରି ପାଇଁ କାନପୁର ଯାଉଛନ୍ତି କହି ଘରୁ ବାହାରି ଆସି ଏକ  କିଡନି ରାକେଟ ସହିତ ଯୋଗାଯୋଗ କରି  କିଡନି ବିକ୍ରି କରି ଦେଇଛନ୍ତି।

ଘଟଣା ବିଷୟ‌ରେ ଜାଣିବ‌ା ପରେ ପୁଲିସ ଆୟୁଷଙ୍କ ଅବସ୍ଥା ବିଷୟରେ ତାଙ୍କ ପରିବାରଲୋକଙ୍କୁ ଜଣାଇ ଦେଇଛି। ଆୟୁଷଙ୍କ ପରିବାରେ ତାଙ୍କ ବିଧବା ମା’ ଓ ସାନ ଭାଇ ଅଛନ୍ତି। ପୁଅର ଏଭଳି ଅବସ୍ଥା ବିଷୟରେ ଜାଣିବ ମା’ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version