Kkr Akash Deep: ଆଇପିଏଲ୍‌ରୁ ଆକାଶ ଦୀପ ବାହାର

ଆଇପିଏଲ୍‌ ଆରମ୍ଭ ହେବାକୁ ଆଉ ମାତ୍ର ହାତଗଣତି ଦିନ ଥିଲା ବେଳେ କୋଲକାତା ନାଇଟ୍‌ ରାଇଡର୍ସ (କେ‌କେଆର୍‌) ପାଇଁ ଦ୍ରୁତ ବୋଲର ସମସ୍ୟା ଦେଖାଦେଲାନି। ଏହାର ତାରକା ବୋଲର ହର୍ଷିତ ରାଣା ଆହତ କାରଣରୁ ବାଦ୍‌ ପଡ଼ିଥିଲା ବେଳେ ମଥୀଶା ପଥିରଣା ଏବେ ଶ୍ରୀଲଙ୍କା କ୍ରିକେଟ୍‌ର ଅନୁମତି ଅପେକ୍ଷାରେ ଅଛନ୍ତି।

କୋଲକାତାଆଇପିଏଲ୍‌ ଆରମ୍ଭ ହେବାକୁ ଆଉ ମାତ୍ର ହାତଗଣତି ଦିନ ଥିଲା ବେଳେ କୋଲକାତା ନାଇଟ୍‌ ରାଇଡର୍ସ (କେ‌କେଆର୍‌) ପାଇଁ ଦ୍ରୁତ ବୋଲର ସମସ୍ୟା ଦେଖାଦେଲାନି। ଏହାର ତାରକା ବୋଲର ହର୍ଷିତ ରାଣା ଆହତ କାରଣରୁ ବାଦ୍‌ ପଡ଼ିଥିଲା ବେଳେ ମଥୀଶା ପଥିରଣା ଏବେ ଶ୍ରୀଲଙ୍କା କ୍ରିକେଟ୍‌ର ଅନୁମତି ଅପେକ୍ଷାରେ ଅଛନ୍ତି। ଏହା ଭିତରେ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଏହି ଦଳରେ ଥିବା ଭାରତୀୟ ଦ୍ରୁତ ବୋଲର ଆକାଶ ଦୀପ ଆହତ କାରଣରୁ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି।

ଏହି ୨୯ ବ‌ର୍ଷୀୟ ବେଙ୍ଗଲ ଦ୍ରୁତ ବୋଲରଙ୍କୁ ଆବୁଧାବିରେ ହୋଇଥିବା ମିନି ନିଲାମରେ କେକେଆର୍‌ ୧ କୋଟି ଟଙ୍କାରେ କିଣିଥିଲା। କେକେଆର୍‌ର ଅଭ୍ୟାସ ଶିବିର କୋଲ୍‌କାତାରେ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇଥିଲେ ମଧ୍ୟ ଆକାଶ ଦୀପ ଯୋଗ ‌ଦେଇନାହାନ୍ତି। ସଂପ୍ରତି ବେଙ୍ଗାଲୁରୁସ୍ଥିତ ଉତ୍କର୍ଷ କେନ୍ଦ୍ର (ସିଓଇ)ଠାରେ ସେ ପୁନର୍ବାସରେ ଅଛନ୍ତି। ସେ କେବେ ସୁସ୍ଥ ହେବେ ଅନିଶ୍ଚିତତାରେ ଥିବାରୁ ଦଳରୁ ବାଦ୍‌ ପଡ଼ିଛନ୍ତି। ତଥାପି ‘ସିଓଇ’ ସହ କେକେଆର୍‌ ଯୋଗାଯୋଗରେ ରହିଛି। ଲଗାତାର ଆହତ ଜନିତ ସମସ୍ୟା ଯୋଗୁଁ ଆକାଶ ଦୀପ ଜାତୀୟ ଦଳ ସହ ଆଇପିଏଲ୍‌ ଫ୍ରାଞ୍ଚାଇଜିର ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେଉଛନ୍ତି।

ଦଳ ଖୋଜୁଛି ବିକଳ୍ପ

୨୦୨୨ରେ ଆଇପିଏଲ୍‌ପଦାର୍ପଣ କରିଥିବା ଆକାଶ ଦୀପ ମାତ୍ର ୧୪ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲା ବେଳେ ୧୦ ୱିକେଟ୍‌ ଅକ୍ତିଆର କରିଛନ୍ତି। ଗତ ସଂସ୍କରଣ‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ତାଙ୍କୁ ୮ କୋଟି ଟଙ୍କାରେ କିଣିଥିଲା। ହେଲେ ଏହି ଦଳ ଗୋଟିଏ ଋତୁ ପରେ ତାଙ୍କୁ ଛାଡ଼ି ଦେଇଥିଲା। କେକେଆର୍‌ ମାର୍ଚ୍ଚ ୨୯ ତାରିଖରେ ୱାଙ୍ଖ୍‌ଡ଼େରେ ଘରୋଇ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି ଆଇପିଏଲ୍‌ ଆରମ୍ଭ କରିବ। ଏହା ପୂର୍ବରୁ ଦଳ ହର୍ଷିତ ଓ ଆକାଶ ଦୀପଙ୍କ ବିକଳ୍ପ ସନ୍ଧାନରେ ଅଛି।

 

 

 

ସୌଜନ୍ୟ ସମ୍ବାଦ

User Rating: Be the first one !
Exit mobile version