ରାଜ୍ୟ

landslide: ଭୂସ୍ଖଳନରେ ନିଖୋଜ ୬ ଜଣଙ୍କୁ ଶ୍ରଦ୍ଧାଞ୍ଜଳି: ‘ଆଉ ଗିଡ଼ିପାବାଲି ଯିବୁନି’

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭଞ୍ଜନଗର ବ୍ଲକ୍ ଗିଡ଼ିପାବାଲି ଗ୍ରାମରେ ଭୟଙ୍କର ଭୂସ୍ଖଳନ ପରେ ୭ ଜଣଙ୍କ ଶବ ମିଳିଥିବା ବେଳେ ଅନ୍ୟ ୬ ଜଣଙ୍କର ପତ୍ତା ମଳିନି। ମାଟି ଓ ପଥର ତଳେ ଚାପି ହୋଇ ଯାଇଥିବାରୁ ନିଖୋଜମାନେ ଜୀବିତ ଥିବାର କୌଣସି...

ଘୁ.ଉଦୟଗିରି: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭଞ୍ଜନଗର ବ୍ଲକ୍ ଗିଡ଼ିପାବାଲି ଗ୍ରାମରେ ଭୟଙ୍କର ଭୂସ୍ଖଳନ ପରେ ୭ ଜଣଙ୍କ ଶବ ମିଳିଥିବା ବେଳେ ଅନ୍ୟ ୬ ଜଣଙ୍କର ପତ୍ତା ମଳିନି।  ମାଟି ଓ ପଥର ତଳେ ଚାପି ହୋଇ ଯାଇଥିବାରୁ ନିଖୋଜମାନେ ଜୀବିତ ଥିବାର କୌଣସି ସମ୍ଭାବନା ନ ଥିବାରୁ ଆଜି ପରିବାରବର୍ଗ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଘୁ.ଉଦୟଗିରି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ପରିବାର ସଦସ୍ୟ ଓ ଗ୍ରାମବାସୀ ନିଖୋଜ ପଦ୍ମାବତୀ ପ୍ରଧାନ, ପ୍ରତାପ ପ୍ରଧାନ, ତାରାବତୀ ପ୍ରଧାନ, ଜୟନ୍ତୀ ପ୍ରଧାନ, ବଳଦେବ ପ୍ରଧାନ ଓ  ସୁମିତ୍ରା ପ୍ରଧାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସମସ୍ତ ନିଖୋଜଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା।

‘ଆଉ ଗିଡ଼ିପାବାଲି ଯିବୁନି’
କନ୍ଧମାଳରେ ଥଇଥାନ ପାଇଁ ନିବେଦନ

ଅନ୍ୟପକ୍ଷରେ ଏହି ଦୁଃଖଦ ଘଟଣାକୁ ଭୁଲି ନୂଆ ଜୀବନ ଆରମ୍ଭ କରିବା ପାଇଁ ସୁଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପରିବାରବର୍ଗ ଓ ଗ୍ରାମବାସୀ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆମେ ଆଉ ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଲି ଫେରିବୁନି। କନ୍ଧମାଳ ଜିଲ୍ଲାରେ ଜମି ଓ ଘର
ପ୍ରଦାନ କରି ଥଇଥାନ କରିବାକୁ ସେମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ପରେ ୧୧ ଦିନ ଧରି ଚାଲିଥିବା ଏହି ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତ ଟିମ୍‌ ଫେରି ଯାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button