ରାଜ୍ୟ

ଆମ ବ୍ୟବସ୍ଥାର ଦୁଇ ବିକଳ ଚିତ୍ର: ସେଦିନ ନବୀନ ଆଜି ମୋହନ

ମୃତ ଭଉଣୀ ନାଁରେ ଜମାଥିବା ଟଙ୍କା ଉଠାଇବା ପାଇଁ ଶେଷରେ ମୃତଦେହକୁ ଖୋଳି ଆଣି ବ୍ୟାଙ୍କରେ ପହଞ୍ଚିଥିଲେ ଭାଇ। ଗେଟ୍ ଆଗରେ ଗଳିତ ଶବ ରଖି ନ୍ୟାୟ ମାଗିଥିଲେ। ବ୍ୟାଙ୍କ ଦୁଆରେ ନିର୍ଦ୍ଦୟତାର ଏ ଚିତ୍ର ବେଶ୍ ଆନ୍ଦୋଳିତ କରିପକାଇଥିଲା ସଭିଙ୍କୁ।

ପୁଣି ଥରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଓଡ଼ିଶାର ବିକଳ ବ୍ୟବସ୍ଥା। ପଦାରେ ପଡ଼ିଛି ପ୍ରଶାସନର ପାରିବା ପଣିଆ। ଗରବ ଖଟିଖିଆଙ୍କ ପାଇଁ ପ୍ରଶାସନ ଓ ପ୍ରଶାସନିକ ବ୍ୟବସ୍ଥା ଯେ କେତେ ଅପହଞ୍ଚ ତାର ପ୍ରମାଣ ଓଡ଼ିଶା ବାରମ୍ବାର ଦେଇ ଆସିଛି। ଦିନକୁ ଦିନ ସରଳୀକରଣ ହେଉଛି ପ୍ରଶାସନିକ ବ୍ୟବସ୍ଥା। ଯନ୍ତ୍ର ମଣିଷକୁ ରିପ୍ଲେସ କରି କାମକୁ ତ୍ୱରାନ୍ୱିତ କରୁଛି। ଆମେ ଦାବି କରୁଛେ କାମ ଶୀଘ୍ର ହୋଇଯାଉଛି । ମଣିଷ ସିନା ପରିବର୍ତ୍ତନ ହୋଇଯାଉଛି ହେଲେ ମାନବିକତା ଆଗ ଭଳି ସେ ପୁରୁଣା କାଳର ରହି ଯାଇଛି।

ପୁଣି ଥରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଓଡ଼ିଶାର ବିକଳ ବ୍ୟବସ୍ଥା। ପଦାରେ ପଡ଼ିଛି ପ୍ରଶାସନର ପାରିବା ପଣିଆ। ଗରବ ଖଟିଖିଆଙ୍କ ପାଇଁ ପ୍ରଶାସନ ଓ ପ୍ରଶାସନିକ ବ୍ୟବସ୍ଥା ଯେ କେତେ ଅପହଞ୍ଚ ତାର ପ୍ରମାଣ ଓଡ଼ିଶା ବାରମ୍ବାର ଦେଇ ଆସିଛି। ଦିନକୁ ଦିନ ସରଳୀକରଣ ହେଉଛି ପ୍ରଶାସନିକ ବ୍ୟବସ୍ଥା। ଯନ୍ତ୍ର ମଣିଷକୁ ରିପ୍ଲେସ କରି କାମକୁ ତ୍ୱରାନ୍ୱିତ କରୁଛି। ଆମେ ଦାବି କରୁଛେ କାମ ଶୀଘ୍ର ହୋଇଯାଉଛି । ମଣିଷ ସିନା ପରିବର୍ତ୍ତନ ହୋଇଯାଉଛି ହେଲେ ମାନବିକତା ଆଗ ଭଳି ସେ ପୁରୁଣା କାଳର ରହି ଯାଇଛି।

ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ପାଟଣା ଥାନା ମଲ୍ଲିପଶି ଅଞ୍ଚଳର ଘଟଣା। ଭଉଣୀ ମୃତ ବୋଲି ପ୍ରମାଣ ଦେବାକୁ ଜିତୁ ମୁଣ୍ଡା ନେଇ ଆସିଛି ତା’ ଭଉଣୀର କଙ୍କାଳ। ୨ ମାସ ତଳୁ ପୋତା ହୋଇଥିବା ଭଉଣୀର ମୃତଦେହକୁ ଧରି ବ୍ୟାଙ୍କ୍ ଆସୁଛି ଭାଇ। ଶବକୁ କୋଳେଇ ବ୍ୟାଙ୍କ ଦୁଆରକୁ ଠକ୍ ଠକ୍ କରୁଛି। ଏ ଦୃଶ୍ୟ ଯେତିକି ବିଚଳିତ କରିଛି ସେତିକି ଆନ୍ଦୋଳିତ ବି। କାରଣ ଶୁଣିଲେ ଆପଣ ବି ହତବାକ୍ ହୋଇଯିବେ। ଯେତେବେଳେ ସିଷ୍ଟମ୍ ଶୁଣିଲାନି ସେତେବେଳେ ଗଳିତ ଶବ ହିଁ ଶେଷ ସାକ୍ଷୀ ସାଜିଲା। ନିୟମର ଏଭଳି ନିର୍ମମ ଚେହେରା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ଅଞ୍ଚଳରେ।

ମୃତ ଭଉଣୀ ନାଁରେ ଜମାଥିବା ଟଙ୍କା ଉଠାଇବା ପାଇଁ ଶେଷରେ ମୃତଦେହକୁ ଖୋଳି ଆଣି ବ୍ୟାଙ୍କରେ ପହଞ୍ଚିଥିଲେ ଭାଇ। ଗେଟ୍ ଆଗରେ ଗଳିତ ଶବ ରଖି ନ୍ୟାୟ ମାଗିଥିଲେ। ବ୍ୟାଙ୍କ ଦୁଆରେ ନିର୍ଦ୍ଦୟତାର ଏ ଚିତ୍ର ବେଶ୍ ଆନ୍ଦୋଳିତ କରିପକାଇଥିଲା ସଭିଙ୍କୁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭାଇ ଜିତୁ ମୁଣ୍ଡାଙ୍କୁ ବୁଝାସୁଝା କରିଥିଲା ।

ଅଭିଯୋଗ ଅନୁସାରେ, ଡିଆନାଳି ଗାଁର ଜିତୁ ମୁଣ୍ଡାଙ୍କ ଭଉଣୀ କାଲରା ମୁଣ୍ଡାଙ୍କର ଦୁଇ ମାସ ତଳୁ ମୃତ୍ୟୁ ହୋଇସାରିଥିଲା। ଭଉଣୀ ନାଁରେ ଥିବା ଟଙ୍କା ଉଠାଇବାକୁ ବାରମ୍ବାର ବ୍ୟାଙ୍କ ଦୌଡ଼ିଥିଲେ ଜିତୁ । ଭଉଣୀ ମୃତ ବୋଲି କହିଥିଲେ ବି କେହି ଶୁଣିନଥିଲେ। ଓଲଟି ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ, ଯାହା ନାଁରେ ଆକାଉଣ୍ଟ ଅଛି ସେ ହିଁ ଆସିଲେ ଟଙ୍କା ଦିଆଯିବ। ଏଣୁ ଶେଷରେ ନିରୂପାୟ ହୋଇ ସତର ପ୍ରମାଣ ଦେବାକୁ ପୋତା ହୋଇସାରିଥିବା ମୃତଦେହକୁ ଖୋଳି ଆଣିବାକୁ ବାଧ୍ୟ ହୋଇଥିଲେ ଭାଇ ଜିତୁ ମୁଣ୍ଡା।

ଆଜକୁ ପ୍ରାୟ ୧୦ ବର୍ଷ ତଳେ କାନ୍ଧରେ ନିଜ ସ୍ତ୍ରୀ ମର ଶରୀରକୁ ସ୍ୱାମୀ ବୋହି ନେଉଥିବାର ଚିତ୍ର ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିଲା। ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦାନ ମାଝୀଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଗଲା। ହେଲେ ମର ଶରୀରର ନେବାକୁ ମିଳିଲାନି ଆମ୍ବୁଲାନସ୍। ଶେଷରେ ଦାନ ମାଝୀ କାନ୍ଧରେ ୧୨ କିଲୋମିଟର ତାଙ୍କ ସ୍ତ୍ରୀ ମର ଶୀରରକୁ ବୋହି ନେଉଥିବା ଦୃଶ୍ୟ ସମଗ୍ର ଦେଶକୁ ଆନ୍ଦୋଳିତ କରିଥିଲା। ଆମର ପାରିବା ପଣିଆ ପଦାରେ ପଡିଯାଇଥିଲା।  ଆମ ପ୍ରଶାସନିକ ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ରକୁ ସେ ଦିନ ଦେଖିଥିଲା ସାରା ବିଶ୍ବ। ଏ ଘଟଣାକୁ ପ୍ରାୟ  ୧୦ ବର୍ଷ ବିତିଗଲାଣି କିନ୍ତୁ ଆଜି ମଧ୍ୟ ଚିତ୍ର ବଦଳନି। ଏବେ ବି ସେହି ସ୍ବେଛାଚାରୀ ବ୍ୟବସ୍ଥାର ଶାସନ ତଳେ ପେଶୀ ହେଉଛି ଗରିବ ଖଟିଖିଆ ଆଦିବାସୀଟିଏ। ସରକାରଙ୍କ ବ୍ୟବସ୍ଥା ଆଗରେ ହାର ମାନି ଶେଷରେ ଯେତେ କଷ୍ଟ ହେଲେ ମଧ୍ୟ ନିଜ ମଲା ଭଉଣୀର ଶବର କଙ୍କାଳକୁ ମୃତ ବୋଲି ପରିଚୟ ଦେବାକୁ କବର ତଳୁ ଖୋଳି ଆଣିଛି ଏ  ଭାଇ। ହଁ ସରକାର ବଦଳିଛି ସେ ଦିନ ଥିଲେ ନବୀନ ପଟ୍ଟନାୟକ ଆଜି ମୋହନ ମାଝୀଙ୍କ ଶାସନ ଚାଲିଛି। ହେଲେ ଚିତ୍ର କିନ୍ତୁ ବଦଳନି।

 

 

 

ସୌଜନ୍ୟ ଓଡିଶା ରିପୋର୍ଟର

Show More
Back to top button