Mamata Banarjee Meet EC: ଏସ୍‌ଆଇଆର ପ୍ରସଙ୍ଗରେ ନିର୍ବାଚନ କମିସନରଙ୍କୁ ଭେଟିଲେ ମମତା ବାନାର୍ଜୀ: ଇସିଙ୍କୁ ଅହଙ୍କାରୀ, ମିଛୁଆ କହିଲେ

ନିର୍ବାଚନ କମିସନ ପକ୍ଷପାତ ନୀତି ଅବଲମ୍ବନ କରୁଛନ୍ତି ଏବଂ ବିଜେପିର ଆଇଟି ସେଲ୍‌ ସାଜିଛନ୍ତି ବୋଲି ମମତା କହିଛନ୍ତି। ମମତା ଅଭିଯୋଗ କରିଛନ୍ତି ଯେ ଏସ୍‌ଆଇଆର ପ୍ରକ୍ରିୟାରେ ବୁଥ୍‌ ସ୍ତରୀୟ ଅଧିକାରୀଙ୍କ ଉପରେ ଚାପ ପକାଯାଇଛି। କିନ୍ତୁ ଏହାକୁ ଅନୁମତି ଦିଆଯିବନି।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମ୍‌ସି ପ୍ରତିନିଧି ଦଳ ଆଜି ଏସ୍‌ଆଇଆର ( ସ୍ବତନ୍ତ୍ର ଭୋଟର୍‌ ତାଲିକା ସଂଶୋଧନ) ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞା‌ନେଶ କୁମାରଙ୍କୁ ନୂଆଦିଲ୍ଲୀ ସ୍ଥିତ ଇସି ମୁଖ୍ୟାଳୟରେ ଭେଟିଛନ୍ତି । ସିଇସିଙ୍କୁ ଭେଟିବାପରେ ମମତା ଆଜି ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବୈଠକ ସଂକ୍ରାନ୍ତରେ ମମତା ଗଣମାଧ୍ୟମକୁ କହିଛନ୍ତି, ‘ ଆ‌ମେ ଖୁବ୍‌ ଦୁଃଖିତ ଏବଂ ବ୍ୟଥିତ। ଅନେକ ବର୍ଷ ଧରି ମୁଁ ରାଜନୀତିରେ ଅଛି, କିନ୍ତୁ ଏମିତି ଅହଙ୍କାରୀ ନିର୍ବାଚନ କମିସନର କେବେ ବି ଦେଖିନାହିଁ। ସେ ଖୁବ୍‌ ଅହଙ୍କାରୀ ଏବଂ ମିଛୁଆ ବୋଲି ମମତା ବାନାର୍ଜୀ କହିଛନ୍ତି।

ନିର୍ବାଚନ କମିସନ ପକ୍ଷପାତ ନୀତି ଅବଲମ୍ବନ କରୁଛନ୍ତି ଏବଂ ବିଜେପିର ଆଇଟି ସେଲ୍‌ ସାଜିଛନ୍ତି ବୋଲି ମମତା କହିଛନ୍ତି। ମମତା ଅଭିଯୋଗ କରିଛନ୍ତି ଯେ ଏସ୍‌ଆଇଆର ପ୍ରକ୍ରିୟାରେ ବୁଥ୍‌ ସ୍ତରୀୟ ଅଧିକାରୀଙ୍କ ଉପରେ ଚାପ ପକାଯାଇଛି। କିନ୍ତୁ ଏହାକୁ ଅନୁମତି ଦିଆଯିବନି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅଭିଯୋଗ କରିଛନ୍ତି ଯେ ଅତ୍ୟନ୍ତ ବେପରୁଆ ଢଙ୍ଗରେ ରାଜ୍ୟରେ ଭୋଟର ତାଲିକାରୁ ଜାଣିଶୁଣି ଭୋଟରମାନଙ୍କ ନାଁ କାଟି ଦିଆଯାଇଛି। ଏସ୍ଆଇଆର ପ୍ରକ୍ରିୟାର ଅପବ୍ୟବହାର ହୋଇଛି ଏବଂ ବୁଥ୍‌ ସ୍ତରୀୟ ଅଫିସରମାନେ ଅତ୍ୟନ୍ତ ଚାପରେ କାମ କରୁଛନ୍ତି।

ମମତାଙ୍କ ସହ ଆଜି ଏକ ୧୫ ଜଣିଆ ଟିଏମ୍‌ସି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଭେଟିଥିଲେ। ଟିଏମ୍‌ସି ସାଧାରଣ ସମ୍ପାଦକ ଅଭି‌ଷେକ ବାନାର୍ଜୀ, ସାଂସଦ କଲ୍ୟାଣ ବାନାର୍ଜୀଙ୍କ ସମେତ ଏସ୍‌ଆଇ ଦ୍ବାରା ପ୍ରଭାବିତ ୧୨ ପରିବାର ସଦସ୍ୟ ଆଜି ନିର୍ବାଚନ କମିସନରଙ୍କୁ ଭେଟିଥିଲେ। ମମତା ଆଜି କଡ଼ା ସୁରକ୍ଷା ମଧ୍ୟରେ ଇସି ମୁଖ୍ୟାଳୟରେ ପହଞ୍ଚିଥିଲେ। କମିସନ ଅଫିସ ବାହାରେ ମଧ୍ୟ ଏଥିପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version