ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୫ର ଶେଷ ‘ମନ୍‌ କୀ ବାତ୍’ରେ ଚଳିତ ବର୍ଷକୁ ଦେଶ ପାଇଁ ଅତ୍ୟନ୍ତ ଗୌରବମୟ ବୋଲି ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷାରୁ କ୍ରୀଡ଼ାକ୍ଷେତ୍ର, ବିଜ୍ଞାନରୁ ବିଶ୍ୱ ମଞ୍ଚ ପର୍ଯ୍ୟନ୍ତ ଭାରତ ନିଜର ଛାପ ଛାଡ଼ିଛି ବୋଲି ମୋଦୀ କହିଛନ୍ତି। ‘୨୦୨୫ ଭାରତୀୟଙ୍କୁ ଅନେକ ଗୌରବମୟ ମୁହୂର୍ତ୍ତ ଦେଇଛି ଏବଂ  ବିଭିନ୍ନ କ୍ଷେତ୍ରରେ ଭାରତ ନିଜର ଜୋର୍‌ଦାର ଉପସ୍ଥିତି ଦେଖାଇଛି’ ବୋଲି ମୋଦୀ କହିଛନ୍ତି।

ସାଧାରଣତନ୍ତ୍ର ଦିବସ ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣକରି ପ୍ରଧାନମନ୍ତ୍ରୀ ଓଡ଼ିଶାର ପାର୍ବତୀ ଗିରିଙ୍କ ସଂପର୍କରେ କହିଥିଲେ, ଯିଏ ୧୬ ବର୍ଷ ବୟସରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ।