ଖଇରା: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ଆସିଛି ଅଭାବନୀୟ ଦୃଶ୍ୟ। ଏକ ହତ୍ୟା ମାମଲାର ତଦନ୍ତରେ ପୁଲିସର ଅବହେଳା ଅଭିଯୋଗ ତଥା ନ୍ୟାୟ ଦାବିରେ ଶବ ଧରି ରାସ୍ତାକୁ ଓହ୍ଲାଇଛନ୍ତି ପରିବାର ଲୋକ। ଶବକୁ ସାଇକଲ୍ରେ ଲଦି ପ୍ରାୟ ୧୫ କିଲୋମିଟର ଆସିବା ପରେ ଖଇରା ଥାନା ଆଗରେ ଧାରଣା ଦେଇଥିଲେ। ତେବେ ୪ ଘଣ୍ଟା ଧରି ଧାରଣା ପରେ ଏସ୍ପିଙ୍କ ହସ୍ତକ୍ଷେପ ଏବଂ ନ୍ୟାୟ ପ୍ରତିଶ୍ରୁତି ମିଳିବାରୁ ଧାରଣା ପ୍ରତ୍ୟାହୃତ ହୋଇଛି। ଖଇରାର ଏହି ଘଟଣା ମଧ୍ୟ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ

