NCERT Book Error : ନକଲି ଏନ୍ସିଇଆର୍ଟି ବହିରେ ଗୁରୁତର ତ୍ରୁଟି, ପୃଥିବୀ ମାନଚିତ୍ର ଓଲଟପାଲଟ

- ‘ଇଣ୍ଡିଆ’ର ବନାନରେ ତ୍ରୁଟି, ୧୧ଟି ଭୁଲ୍ ମିଳିଲାଣି
- ଭାରତ ମହାସାଗରସ୍ଥାନରେ ପ୍ରଶାନ୍ତମହାସାଗର
- ଚାଇନା ଜାଗାରେ କାନାଡ଼ା
- ଆମେ ଛାପିଥିବା ବହିରେ ଠିକ୍ ଅଛି :ଏନ୍ସିଇଆର୍ଟି କର୍ତ୍ତୃପକ୍ଷ
ବାଲେଶ୍ୱର/ଭୁବନେଶ୍ୱର, ୧୯\୮: ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍ସିଇଆର୍ଟି) ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକରେ ତ୍ରୁଟି ପରିଲକ୍ଷିତ ହୋଇଛି । ନବମ ଶ୍ରେଣୀ ସାମାଜିକ ବିଜ୍ଞାନ (ଏସ୍ଏସ୍ଟି) ପାଠ୍ୟପୁସ୍ତକରେ ଥିବା ପୃଥିବୀ ମାନଚିତ୍ରରେ ୧୧ଟି ଭୁଲ୍ ରହିଛି । କେଉଁଠି ଚାଇନା ସ୍ଥାନରେ କାନାଡ଼ା ହୋଇଛି ତ ଆଉ କେଉଁଠି ଭାରତ ମହାସାଗର ସ୍ଥାନରେ ପ୍ରଶାନ୍ତ ମହାସାଗର ହୋଇଛି । ଏପରିକି ଇଣ୍ଡିଆର ନାମକୁ ମଧ୍ୟ ଭୁଲ୍ ଲେଖା ଯାଇଛି । ଜଣେ ଅଭିଭାବକ ଏପରି ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଏବେ ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଯାଇଛି ।
ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଅନୁବନ୍ଧିତ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଛି । ଏନ୍ସିଇଆର୍ଟି ଚଳିତବର୍ଷ ନବମ ଶ୍ରେଣୀ ପାଠ୍ୟପୁସ୍ତକର ବିକାଶ କରିଛି । ଏଥିପାଇଁ ସମସ୍ତ ବହି ଏକା ସାଙ୍ଗେ ଆସିବାରେ ବିଳମ୍ବ ହୋଇଥିଲା । ପିଲାଙ୍କ ପାଠପଢ଼ା ବିଳମ୍ବ ହେବା ସାଙ୍ଗକୁ ବିଭିନ୍ନ ଶ୍ରେଣୀ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀମାନେ ବଜାରରୁ ବହି କିଣିଲେ । ବଜାରରେ ଗତ ମାସରେ ନବମ ଶ୍ରେଣୀର ଏସ୍ଏସ୍ଟି ବହି ଉପଲବ୍ଧ ହେଲା । ଏହି ବହିରେ ପାଠପଢ଼ା ମଧ୍ୟ ୪ ପୃଥିବୀ ମାନଚିତ୍ର… ଆରମ୍ଭ କରିଛନ୍ତି । ହେଲେ ନବମ ଶ୍ରେଣୀ ଏସ୍ଏସ୍ଟି ପାଠ୍ୟପୁସ୍ତକର ୨୧୬ ନମ୍ବର ପୃଷ୍ଠାରେ ଥିବା ପୃଥିବୀ ମାନଚିତ୍ରରେ ମାଳ ମାଳ ଭୁଲ୍ ଥିବାର ଚିହ୍ନଟ କରିଛନ୍ତି ଅଭିଭାବକ ।
ସୌଜନ୍ୟ ପ୍ରମେୟ




