New Fashion in Old Clothes: ଥ୍ରିଫ୍ଟିଂ: ପୁରୁଣା ପୋଷାକରେ ନୂଆ ଫ୍ୟାସନ୍
ନୂଆ ପୋଷାକ କିଣିବା ପରିବର୍ତ୍ତେ ପୁରୁଣା ପୋଷାକକୁ ନୂଆ ଢଙ୍ଗରେ ପିନ୍ଧିବା ଏବେ ଫ୍ୟାସନ୍ର ଏକ ନୂଆ ଧାରା ପାଲଟିଛି। ଟଙ୍କା ସଞ୍ଚୟ କରିବା ସହ ପରିବେଶର ସୁରକ୍ଷା ପାଇଁ ମଧ୍ୟ ଯୁବପିଢ଼ିଙ୍କ ମଧ୍ୟରେ ‘ଥ୍ରିଫ୍ଟିଂ’ର ଚାହିଦା ବଢୁଛି।

ନୂଆ ପୋଷାକ କିଣିବା ପରିବର୍ତ୍ତେ ପୁରୁଣା ପୋଷାକକୁ ନୂଆ ଢଙ୍ଗରେ ପିନ୍ଧିବା ଏବେ ଫ୍ୟାସନ୍ର ଏକ ନୂଆ ଧାରା ପାଲଟିଛି। ଟଙ୍କା ସଞ୍ଚୟ କରିବା ସହ ପରିବେଶର ସୁରକ୍ଷା ପାଇଁ ମଧ୍ୟ ଯୁବପିଢ଼ିଙ୍କ ମଧ୍ୟରେ ‘ଥ୍ରିଫ୍ଟିଂ’ର ଚାହିଦା ବଢୁଛି। ‘ଥ୍ରିଫ୍ଟିଂ’ ହେଉଛି କମ୍ ଦାମ୍ରେ ପୂର୍ବରୁ ବ୍ୟବହୃତ ପୋଷାକ, ଜୋତା, ବ୍ୟାଗ୍ ଓ ଅନ୍ୟାନ୍ୟ ଫ୍ୟାସନ୍ ସାମଗ୍ରୀ କିଣିବା। ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ସେକେଣ୍ଡ୍-ହ୍ୟାଣ୍ଡ୍ ପୋଷାକ ଓ ଭିଣ୍ଟେଜ୍ ସାମଗ୍ରୀ ପ୍ରତି ଆଗ୍ରହ ବଢୁଛି। ଇନ୍ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ୍ରେ ଥ୍ରିଫ୍ଟ ହଲ୍ ଏବଂ ଷ୍ଟାଇଲିଂ ଭିଡିଓ ଏହି ଟ୍ରେଣ୍ଡ୍କୁ ଆହୁରି ଲୋକପ୍ରିୟ କରୁଛି। କମ୍ ଦାମ୍ରେ ଭଲ ପୋଷାକ ପାଇବା ସହ ନିଜ ପସନ୍ଦ ଅନୁସାରେ ନୂଆ ଷ୍ଟାଇଲ୍ ତିଆରି କରିବାର ସୁଯୋଗ ମିଳୁଥିବାରୁ ଯୁବପିଢ଼ି ଏହାକୁ ପସନ୍ଦ କରୁଛନ୍ତି। ‘ଥ୍ରିଫ୍ଟିଂ’ ହେଉଛି କମ୍ ଦାମ୍ରେ ପୂର୍ବରୁ ବ୍ୟବହୃତ ପୋଷାକ, ଜୋତା, ବ୍ୟାଗ୍ ଓ ଅନ୍ୟାନ୍ୟ ଫ୍ୟାସନ୍ ସାମଗ୍ରୀ କିଣିବା। ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ସେକେଣ୍ଡ୍-ହ୍ୟାଣ୍ଡ୍ ପୋଷାକ ଓ ଭିଣ୍ଟେଜ୍ ସାମଗ୍ରୀ ପ୍ରତି ଆଗ୍ରହ ବଢୁଛି।
ଥ୍ରିଫ୍ଟିଂ କେବଳ ଅର୍ଥ ସଞ୍ଚୟର ମାଧ୍ୟମ ନୁହେଁ, ଏହା ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହୁଏ। ପୁରୁଣା ପୋଷାକକୁ ପୁନଃବ୍ୟବହାର କରିବା ଦ୍ୱାରା ବସ୍ତ୍ର ଆବର୍ଜନା କମିଥାଏ। ଏହା ସହ ନୂଆ ପୋଷାକ ତିଆରି ପାଇଁ ଆବଶ୍ୟକ ଜଳ, ଶକ୍ତି ଓ ଅନ୍ୟାନ୍ୟ ସମ୍ବଳର ବ୍ୟବହାର ମଧ୍ୟ କମାଇହୁଏ। ତେବେ ଥ୍ରିଫ୍ଟିଂ ବା ପୁରୁଣା ଜିନିଷ କିଣିବା ସମୟରେ ପୋଷାକ ଓ ଅନ୍ୟାନ ଜିନିିଷର ଗୁଣବତ୍ତା, ସ୍ୱଚ୍ଛତା ଓ ଅବସ୍ଥା ପ୍ରତି ଧ୍ୟାନ ଦେବା ଜରୁରି। ଭଲ ଭାବେ ଯାଞ୍ଚ କରି ପୋଷାକ କିଣିବା ଏବଂ ଏହାକୁ ଦୀର୍ଘଦିନ ବ୍ୟବହାର କରିବା ଦ୍ୱାରା ଫ୍ୟାସନ୍କୁ ଅଧିକ ପରିବେଶ ଅନୁକୂଳ କରାଯାଇପାରିବ।
ସୌଜନ୍ୟ ସମ୍ବାଦ




