ରାଜ୍ୟ

Nuakhai 2026: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମହକୁଛି ଗାଁଠୁ ସହର, ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲାଗି ହେବ ନବାନ୍ନ

ସମ୍ବଲପୁର,୧୫/୦୯ : ମହାର୍ଘ୍ୟ  ମୁହୂର୍ତ୍ତ ନିକଟତର । ସବୁ ପ୍ରସ୍ତୁତି ଚୂଡ଼ାନ୍ତ  ହୋଇସାରିଛି । ପଶ୍ଚିମ ଓଡ଼ିଶାର ମହାନ୍‌ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ  ଫେରିବା ପରେ ଘର ଉଠୁଛି ପଡୁଛି । ପିଠାପଣା ଆସରରେ ଘର ଅଗଣ ମହକି ଉଠିଛି । ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ ନବାନ୍ନ  ଲାଗି ହେବାକୁ ଥିବାରୁ ସେଠାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ, ଅଣଜଳସେଚିତ ଅଞ୍ଚଳରେ ଏବର୍ଷ  ପ୍ରବଳ ବର୍ଷା ସତ୍ତେ୍ୱ ପଞ୍ଜୀକରଣ ସମସ୍ୟା  ଓ ସାର ଅଭାବକୁ ନେଇ ଚାଷୀ ମନରେ  ସେଭଳି ସରାଗ ଦେଖିବାକୁ ମିଳୁନାହିଁ ।  ତଥାପି ବିଧିରକ୍ଷା ପାଇଁ ମନରେ ଉତ୍ସାହ  ଭରି ଏହି ମାଟିର ପର୍ବକୁ ପାଳନ କରିବାକୁ  ଅଣ୍ଟା ଭିଡ଼ିଛି ଚାଷୀ ।

ମଙ୍ଗଳବାର ପବିତ୍ର ଭାଦ୍ରବ  ଶୁକ୍ଲପକ୍ଷ ପଞ୍ଚମୀ ତିଥି । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଆହ୍ୱାନରେ ପଣ୍ଡିତଙ୍କ ଦ୍ୱାରା  ଏବର୍ଷ ତୁଳା ଲଗ୍ନ, ମକର ନବାଂଶରେ  ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେବ ନବାନ୍ନ । ପୂର୍ବାହ୍ନ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ତଥା  ତୁଳା ଲଗ୍ନ ମକର ନବାଂଶେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ  ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ବର୍ଷର ପ୍ରଥମ ଅମଳ  ଶସ୍ୟ ପ୍ରସ୍ତୁତ ଭୋଗ ବା ନବାନ୍ନ ଲାଗି ହେବ । ଏହାପରେ  ପାଶ୍ୱର୍ ଦେବଦେବୀଙ୍କୁ ନବାନ୍ନ ଲାଗି ହେବ । ପରେ ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟ ଦେବା ଦେବୀଙ୍କ ନିକଟରେ  ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ ବୋଲି ଚୂଡାନ୍ତ  ହୋଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button