ଅପରାଧରାଜ୍ୟ

Husband Kills Wife: ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ ମାରି ସ୍ବାମୀ ଫେରାର

ଢେଙ୍କାନାଳ: ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମପୁର ଗାଁରେ ଘଟିଛି ଅଭାବନୀୟ ଘଟଣା।ବଳରାମପୁର ଜୁଆଙ୍ଗ ସାହିରେ ସ୍ତ୍ରୀକୁ ଠେଙ୍ଗା ସାହାଯ୍ୟରେ ମାରିଦେଲା ସ୍ଵାମୀ

ପାରିବାରିକ କଳହକୁ ନେଇ ଘଟିଛି ଏହି ହତ୍ୟାକାଣ୍ଡ

ମୃତକ ସ୍ତ୍ରୀ ହେଉଛନ୍ତି ୩୫ ବର୍ଷୀୟା ନାକେଇ ପ୍ରଧାନ। ପାରିବାରିକ କଳହକୁ ନେଇ ଘଟିଛି ଏହି ହତ୍ୟାକାଣ୍ଡ। ଅଭିଯୁକ୍ତ ସ୍ଵାମୀ ଅଖିଳ ପ୍ରଧାନ ସ୍ତ୍ରୀକୁ ହତ୍ୟା କରିବା ପରେ ଫେରାର୍‌ ହୋଇଯାଇଛି। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 

 

ସୌଜନ୍ୟ ସମ୍ବାଦ

Show More
Back to top button