Odisha tourism: ଓଡ଼ିଶା ପର୍ଯ୍ୟଟନକୁ ଧକ୍କା: ଦୁବାଇ, ସିଙ୍ଗାପୁରକୁ ବିମାନ ଉଡ଼ିବନି

ଭୁବନେଶ୍ବର: ଭୁବନେଶ୍ବରରୁ ଦୁବାଇ, ସିଙ୍ଗାପୁରକୁ ବିମାନ ଉଡ଼ାଣ କରିବନି। କେବଳ ଅନ୍ତର୍ଜାତୀୟ ବିମାନ ନୁହେଁ, ଡେରାଡୁନ, ଗୋଆ, କୋଚି ଓ ଲକ୍ଷ୍ନୌକୁ ବି ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି। ଡିଜିସିଏ ପକ୍ଷରୁ ମାର୍ଚ୍ଚ ୨୯ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଜାରି ହୋଇଥିବା ଗ୍ରୀଷ୍ମକାଳୀନ ବିମାନ ଉଡ଼ାଣ ସୂଚୀରେ ଏହି ସବୁ ସହର ସମେତ ୧୧ଟି ସହରକୁ ବିମାନ ଉଡ଼ାଣ କରିବନି ବୋଲି ଜାଣିବାକୁ ମିଳିଛି। ପୂର୍ବରୁ ଭୁବନେଶ୍ବରରୁ ୩୦ଟି ସହରକୁ ବିମାନ ଉଡ଼ାଣ କରୁଥିବାବେଳେ ଏବେ ଏହା ୧୯ଟି ସହରକୁ ଖସିଯାଇଛି। ବିମାନ ଉଡ଼ାଣ ବନ୍ଦ ହେବା ରାଜ୍ୟର ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ଶିଳ୍ପ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଏୟାରଲାଇନ୍ସ ସଂସ୍ଥା ସହ ଆଲୋଚନା କରାଯାଉ ନ ଥିବାରୁ ଭୁବନେଶ୍ବରରେ ନୂଆ ରୁଟ୍‌ରେ ବିମାନ ଉଡ଼ାଣ ସମ୍ଭାବନା କମିଯାଇଛି।

ସୌଜନ୍ୟ ସମ୍ବାଦ