ରାଜ୍ୟ

Paneer: ବିନା କ୍ଷୀରରୁ ପ୍ରସ୍ତୁତ ପନିର ଉପରେ ଲାଗିବ ରୋକ୍‌: ୬୦ ଦିନ ଭିତରେ ଆପତ୍ତି ବା ପରାମର୍ଶ ପଠାଇବେ

କ୍ଷୀରରୁ ପ୍ରସ୍ତୁତ ହୋଇ ନ ଥିବା ପନିର ବା ଆନାଲଗ ପନିରକୁ ନେଇ ଏବେ ଦେଶବ୍ୟାପୀ ହଇଚଇ। ମହାରାଷ୍ଟ୍ର ସରକାର ଏହାର ବିକ୍ରି ଉପରେ କଟକଣା ଲଗାଇବା ପରେ ଧୀରେ ଧୀରେ ଅନ୍ୟ ରାଜ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ଭୁବନେଶ୍ବର: କ୍ଷୀରରୁ ପ୍ରସ୍ତୁତ ହୋଇ ନ ଥିବା ପନିର ବା ଆନାଲଗ ପନିରକୁ ନେଇ ଏବେ ଦେଶବ୍ୟାପୀ ହଇଚଇ। ମହାରାଷ୍ଟ୍ର ସରକାର ଏହାର ବିକ୍ରି ଉପରେ କଟକଣା ଲଗାଇବା ପରେ ଧୀରେ ଧୀରେ ଅନ୍ୟ ରାଜ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଓଡ଼ିଶାରେ ଯଦିଓ ଏଭଳି ପନିର ନିଷିଦ୍ଧ ହୋଇନାହିଁ, ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହା ଉପରେ ଚଢ଼ଉ ଜାରି ରହିଛି। କିଛିଦିନ ତଳେ କଟକରୁ ଜବତ ହୋଇଥିବା ପନିର ନମୁନା ରିପୋର୍ଟରୁ ଏହା ମଇଦା ଓ ଡିଟରଜେଣ୍ଟରୁ ପ୍ରସ୍ତୁତ ହୋଇଥିବା ନଜରକୁ ଆସିଛି। ତେବେ ଏଭଳି ପନିରକୁ ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆନାଲଗ୍‌ ପନିରକୁ ନେଇ ସଂସ୍ଥା ପକ୍ଷରୁ ଏକ ଚିଠା ବିଜ୍ଞପ୍ତି ଜାରି ହୋଇଛି। ଏଥିପାଇଁ ସାଧାରଣ ଜନତାଙ୍କଠାରୁ ୬୦ଦିନ ଭିତରେ ମତାମତ ଲୋଡ଼ାଯାଇଛି।

ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଲା ଏଫ୍‌ଏସ୍‌ଏସ୍‌ଏଆଇ
୬୦ ଦିନ ଭିତରେ ଆପତ୍ତି ବା ପରାମର୍ଶ ପଠାଇବେ

ଚିଠା ବିଜ୍ଞପ୍ତି ଅନୁସାରେ, କ୍ଷୀରରୁ ତିଆରି ହୋଇ ନଥିବା ପନିର ବା ଆନାଲଗ ପନିର ଉପରେ କଟକଣା ଲଗାଯିବ। ଖାଉଟିଙ୍କୁ ଭ୍ରମିତ କରି ନକଲି ପନିରକୁ ଅସଲି ପନିର ବୋଲି ଦର୍ଶାଇ ହେଉଥିବା ବିକ୍ରିକୁ ବନ୍ଦ କରାଯିବ। ଯେଉଁ କମ୍ପାନିମାନେ ‘ଆନାଲଗ ଇନ ଡାଏରି କଣ୍ଟେକ୍ସଟ୍‌’ ନାମରେ ଲାଇସେନ୍‌ସ ନେଇଛନ୍ତି, ସେମାନେ ଆଉ ନିଜ ଉତ୍ପାଦରେ ପନିର ଶବ୍ଦ ବ୍ୟବହାର କରିପାରିବେ ନାହିଁ। ସେମାନଙ୍କୁ ଲେବଲ୍, ପ୍ୟାକେଟ୍ ଓ ମାର୍କେଟିଂରୁ ପନିର ଶବ୍ଦ ହଟାଇବାକୁ ପଡ଼ିବ। ଖାଦ୍ୟ ସୁରକ୍ଷା ଆଇନ ୨୦୧୧ର ୨.୧.୧ ଧାରାରେ ନୂଆ ନିୟମ ଯୋଡ଼ାଯିବ। ‘କ୍ଷୀର ନୁହେଁ ଅନ୍ୟ ସାମଗ୍ରୀରୁ ପ୍ରସ୍ତୁତ ପନିର’ ବିକ୍ରି ସଂପୂର୍ଣ୍ଣ ନିଷିଦ୍ଧ ହେବ। ଏହି ନିୟମ ଉପରେ ସାଧାରଣ ଜନତାଙ୍କଠୁ ୬୦ ଦିନ ଭିତରେ ମତାମତ ମଗାଯାଇଛି। କେହି ବି ନିଜ ଆପତ୍ତି ବା ପରାମର୍ଶ ଧାର୍ଯ୍ୟ ଇ-ମେଲ୍‌ ଜରିଆରେ ପଠାଇପାରିବେ। ୬୦ ଦିନ ପରେ ଏହା ଆଇନରେ ପରିଣତ ହେବ ବୋଲି କୁହାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button