ଦେଶ ବିଦେଶ

Petroleum infrastructure: ପେଟ୍ରୋଲିୟମ୍‌ ଭିତ୍ତିଭୂମି ନଷ୍ଟ କଲେ କଠୋର ଦଣ୍ଡ: ୧୦ ବର୍ଷ ଜେଲ୍‌, ୨୫ କୋଟି ପର୍ଯ୍ୟନ୍ତ ଜରିମାନା

ପେଟ୍ରୋଲିୟମ ଭିତ୍ତିଭୂମିର ସୁରକ୍ଷାକୁ ନଜରରେ ରଖି ସରକାର ପେଟ୍ରୋଲିୟମ ନିୟମ ୧୯୩୪ରେ ସଂଶୋଧନ ପ୍ରସ୍ତାବ ରଖିଛନ୍ତି। ତାହାର ଚିଠା ପ୍ରସ୍ତାବ ଜାରି କରାଯାଇଛି ଓ ତାହା ଉପରେ ମତାମତ ଆହ୍ବାନ କରାଯାଇଛି।

ନୂଆଦିଲ୍ଲୀ: ପେଟ୍ରୋଲିୟମ ଭିତ୍ତିଭୂମିର ସୁରକ୍ଷାକୁ ନଜରରେ ରଖି ସରକାର ପେଟ୍ରୋଲିୟମ ନିୟମ ୧୯୩୪ରେ ସଂଶୋଧନ ପ୍ରସ୍ତାବ ରଖିଛନ୍ତି। ତାହାର ଚିଠା ପ୍ରସ୍ତାବ ଜାରି କରାଯାଇଛି ଓ ତାହା ଉପରେ ମତାମତ ଆହ୍ବାନ କରାଯାଇଛି। ଚିଠା ପ୍ରସ୍ତାବ ଅନୁସାରେ ପେଟ୍ରୋଲିୟମ୍‌ ଭିତ୍ତିଭୂମି ନଷ୍ଟ କଲେ, ତେଲ ଚୋରି କଲେ ଓ ବ୍ୟକ୍ତିଙ୍କ ସୁରକ୍ଷାକୁ ବିପଦରେ ପକାଇଲେ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ। ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନ କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଓ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏକାଧିକ ଥର ନିୟମ ଭାଙ୍ଗିଲେ ୭ ବର୍ଷ ପର୍ଯ୍ୟନ୍ତ ‌ଜେଲ୍‌ ହେବ କିମ୍ବା ୨୫ କୋଟି ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ସହିତ ୨୫ କୋଟି ଜରିମାନା ଲାଗିବ ଓ କ୍ଷୟକ୍ଷତି ଖର୍ଚ୍ଚ ବହନ କରିବାକୁ ପଡ଼ିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button