Petroleum Secretary: ମୁଖ୍ୟ ସଚିବମାନଙ୍କୁ ପେଟ୍ରୋଲିୟମ ସଚିବଙ୍କ ଚିଠି: ରାଜ୍ୟଗୁଡ଼ିକୁ ମିଳିବ ଆଉ ୨୦% ବାଣିଜ୍ୟିକ ଏଲ୍‌ପିଜି

ଆସନ୍ତା ୨୩ ତାରିଖରୁ ରାଜ୍ୟଗୁଡ଼ିକୁ ଆଉ ୨୦ ପ୍ରତିଶତ ବାଣିଜ୍ୟିକ ଏଲ୍‌ପିଜି ଯୋଗାଇ ଦିଆଯିବ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସଚିବ ନୀ-ରଜ ମିତ୍ତଲ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏ ନେଇ ଚିଠି ଲେଖିଛନ୍ତି।

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ରାଜ୍ୟଗୁଡ଼ିକୁ ଆଉ ୨୦ ପ୍ରତିଶତ ବାଣିଜ୍ୟିକ ଏଲ୍‌ପିଜି ଯୋଗାଇ ଦିଆଯିବ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସଚିବ ନୀ-ରଜ ମିତ୍ତଲ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏ ନେଇ ଚିଠି ଲେଖିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶରେ ଏଲ୍‌ପିଜି ଅଭାବ ଦେଖାଦେଇଛି। ଏହି ସଂକଟକୁ ପରିଚାଳନା କରିବା ପାଇଁ ସରକାର ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ କଟକଣା ଲଗାଇଥିଲେ। ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାଡ଼ି ଅନ୍ୟ ସମସ୍ତଙ୍କ ପାଇଁ ଏହା ବନ୍ଦ କରି ଦିଆଯାଇଥିଲା। କିନ୍ତୁ କିଛିିଦିନ ପରେ ରାଜ୍ୟଗୁଡ଼ିକୁ ୨୦ ପ୍ରତିଶତ ବାଣିଜ୍ୟିକ ଏଲ୍‌ପିଜି ଯୋଗାଇ ଦିଆଯାଇଥିଲା। ଏହା ପରେ ଗତ ୧୮ ତାରିଖରେ ସରକାର ଆଉ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Exit mobile version