ରାଜ୍ୟ

Pollution Monitoring ଏଣିକି ଡ୍ରୋନ୍‌ରେ ହେବ ପ୍ରଦୂଷଣ ମନିଟରିଂ

ଓଡ଼ିଶାରେ ପ୍ରଦୂଷଣ ନିରୀକ୍ଷଣକୁ ଅଧିକ ସଶକ୍ତ କରିବା ପାଇଁ ଡ୍ରୋନ୍‌ ଓ ଏଆଇ ଚାଟ୍‌ବଟ୍‌ ଆଧାରିତ ବ୍ୟବସ୍ଥା ଶୁଭାରମ୍ଭ ହୋଇଛି। ଶିଳ୍ପ ସଂସ୍ଥାର ପ୍ରଦୂଷଣ, ନିୟମ ପାଳନ ଓ ଜଳ-ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଉପରେ ନଜର ରଖାଯିବ।

ଭୁବନେଶ୍ୱର: ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପରିବେଶ ପ୍ରଦୂଷଣର ମନିଟରିଂ ହେବ। କେଉଁ ସଂସ୍ଥା କେତେ ପ୍ରଦୂଷଣ କରୁଛନ୍ତି, କଟକଣା ମାନୁଛନ୍ତି କି ନାହିଁ, ଜଳ ଓ ବାୟୁ ପ୍ରଦୂଷଣ ରୋକିବା ଦିଗରେ କିଭଳି ପଦକ୍ଷେପ ନେଉଛନ୍ତି ତାହାର ଡ୍ରୋନ୍‌ ବେସ୍‌ଡ ଏବଂ ଏଆଇ(କୃତ୍ରିମ ବୁଦ୍ଧିମତା) ଚାଟ୍‌ବାଟ୍‌ ମାଧ୍ୟମରେ ମନିଟରିଂ କରାଯିବ। ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ୪୩ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ମନିଟରିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ, କୋରାପୁଟ, ଝାରସୁଗୁଡ଼ା ଓ ସମ୍ବଲପୁରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଭବନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button