ରାଜ୍ୟ

Pranab: ଜୀବନ ନାଟକରେ ଯବନିକା: ଅମୂଲ୍ୟ ରତ୍ନ ପ୍ରଣବଙ୍କୁ ହରାଇଲା ଓଡ଼ିଶା

ଏଇ ଜୀବନଟା ଏକ ନାଟକ, ତା’ର କଳଙ୍କିତ ମୁଁ ନାୟକ...। ଏହି କାଳଜୟୀ ଗୀତକୁ ପ୍ରାଣ ଦେଇଥିବା କିମ୍ବଦନ୍ତି ପ୍ରଣବ କିଶୋର ପଟ୍ଟନାୟକଙ୍କ ଜୀବନ ନାଟକରେ ଆଜି ପରଦା ନଇଁଛି। ୮୮ ବର୍ଷ ବୟସରେ ନିରବି ଯାଇଛି ପ୍ରଣବଙ୍କ ସ୍ବର।

ଭୁବନେଶ୍ୱର: ଏଇ ଜୀବନଟା ଏକ ନାଟକ, ତା’ର କଳଙ୍କିତ ମୁଁ ନାୟକ…। ଏହି କାଳଜୟୀ ଗୀତକୁ ପ୍ରାଣ ଦେଇଥିବା କିମ୍ବଦନ୍ତି ପ୍ରଣବ କିଶୋର ପଟ୍ଟନାୟକଙ୍କ ଜୀବନ ନାଟକରେ ଆଜି ପରଦା ନଇଁଛି। ୮୮ ବର୍ଷ ବୟସରେ ନିରବି ଯାଇଛି ପ୍ରଣବଙ୍କ ସ୍ବର। ପ୍ରାୟ ଦୁଇଶହ ଚଳଚ୍ଚିତ୍ରରେ କଣ୍ଠଦାନ କରି ନିଜ ସୁରିଲା କଣ୍ଠରେ ଓଡ଼ିଶାର ଜନମାନସକୁ ଆଚ୍ଛାଦିତ କରି ରଖିଥିବା ଏହି ଅମୂଲ୍ୟ ରତ୍ନଙ୍କୁ ହରାଇଛି ଓଡ଼ିଶା। ତାଙ୍କ ପରଲୋକରେ ଓଡ଼ିଆ ସଙ୍ଗୀତ ଜଗତର ଏକ ଯୁଗର ଅବସାନ ଘଟିଛି। ରାଜ୍ୟର ସଙ୍ଗୀତ ଓ ସାଂସ୍କୃତିକ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି।ତିନି ବର୍ଷ ତଳେ ଶ୍ରୀ ପଟ୍ଟନାୟକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ହସ୍ପିଟାଲରେ ବହୁ ଦିନ ଧରି ଚିକିତ୍ସିତ ହେଲା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହା ପରେ ତାଙ୍କ ଦେହ ଅଧିକାଂଶ ସମୟରେ ଅସୁସ୍ଥ ରହୁଥିଲା। ବିଭିନ୍ନ କାର୍ଯ୍ୟକ୍ରମକୁ ସେ ହ୍ୱିଲ୍‌ଚେୟାର ସହାୟତାରେ ଯାଉଥିଲେ। ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେବ ସେ କୌଣସି ମଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରୁ ନଥିଲେ। ଗତ ସପ୍ତାହରେ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ସମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ପ୍ରଣବ ସୁସ୍ଥ ହୋଇ ପାରି ନଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ପ୍ରାୟ ୧୧ଟା ୪୫ରେ ନିଜର ଲକ୍ଷ ଲକ୍ଷ ଶୁଭେଚ୍ଛୁ, ପ୍ରଶଂସକଙ୍କୁ ଚିର ଦିନ ପାଇଁ ପର କରି ଚାଲିଗଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button