ରାଜ୍ୟ

Girl Student Death: ସେବାଶ୍ରମରେ ଅଭାବନୀୟ ଘଟଣା: ଚାଲିଗଲା ସପ୍ତମ ଶ୍ରେଣୀର ଛାତ୍ରୀଙ୍କ ଜୀବନ, କାରଣ ଅସ୍ପଷ୍ଟ

ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ଅନ୍ତର୍ଗତ ପର୍କନମାଳା ସେବାଶ୍ରମରେ ଅଭାବନୀୟ ଘଟଣା। ସପ୍ତମ ଶ୍ରେଣୀର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଉଛନ୍ତି ନାକାମାମୁଡ଼ି ପଞ୍ଚାୟତର ରଶ୍ମିତା ହନ୍ତାଳ।

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ଅନ୍ତର୍ଗତ ପର୍କନମାଳା ସେବାଶ୍ରମରେ ଅଭାବନୀୟ ଘଟଣା। ସପ୍ତମ ଶ୍ରେଣୀର ଜଣେ ଛାତ୍ରୀଙ୍କ ମୃତ୍ୟୁହୋଇଛି। ମୃତ ଛାତ୍ରୀ ହେଉଛନ୍ତି ନାକାମାମୁଡ଼ି ପଞ୍ଚାୟତର ରଶ୍ମିତା ହନ୍ତାଳ।

କିଛି ଦିନ ଧରି ଅସୁସ୍ଥ ଥିଲେ ଛାତ୍ରୀ

ସୂଚନା ଅନୁସାରେ, ରଶ୍ମିତା କିଛି ଦିନ ଧରି ଅସୁସ୍ଥ ଥିବାବେଳେ ଗତକାଲି ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ତୁରନ୍ତ ତାଙ୍କୁ କୁଡୁମୁଲୁଗୁମ୍ମା ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ରଶ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଛାତ୍ରୀଙ୍କ ମୃତଦେହ ଚିକିତ୍ସାଳୟରେ ରହିଥିବାବେଳେ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ତେବେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ସ୍ପଷ୍ଟ ହୋଇନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button