ଜାତୀୟ

RBI’s Big Move: ୨୦୦କୋଟି ଖଣ୍ଡ ପ୍ଲାଷ୍ଟିକ ନୋଟ୍ ଆଣିବ ଆରବିଆଇ ; ନକଲି ନୋଟ୍ କାରବାର ଉପରେ ଳାଗିବ ରୋକ୍

କ୍ଷେତ୍ରୀୟ ପରୀକ୍ଷଣ ପାଇଁ ୧୦୦ କୋଟି ଲେଖାଏଁ ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ବ୍ୟାଙ୍କ ନୋଟ୍ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଅନୁମତି ମିଳିଥିବା ସୋମବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦକୁ ସୂଚନା ଦେଇଛନ୍ତି । କ୍ଷେତ୍ରୀୟ ପରୀକ୍ଷଣ ସଫଳ ହେବା ପରେ ଆର୍ବିଆଇ ଏହି ଦୁଇ ମୂଲ୍ୟାଙ୍କ ନୋଟକୁ ନିୟମିତ ଭିତ୍ତିରେ ଜାରି କରିବ ।

ନୂଆଦିଲ୍ଲୀ,୨୮|୦୭ : କ୍ଷେତ୍ରୀୟ ପରୀକ୍ଷଣ ପାଇଁ ୧୦୦ କୋଟି ଲେଖାଏଁ ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ବ୍ୟାଙ୍କ ନୋଟ୍ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଅନୁମତି ମିଳିଥିବା ସୋମବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦକୁ ସୂଚନା ଦେଇଛନ୍ତି । କ୍ଷେତ୍ରୀୟ ପରୀକ୍ଷଣ ସଫଳ ହେବା ପରେ ଆର୍ବିଆଇ ଏହି ଦୁଇ ମୂଲ୍ୟାଙ୍କ ନୋଟକୁ ନିୟମିତ ଭିତ୍ତିରେ ଜାରି କରିବ । ଆରବିଆଇ ଏହାର କେନ୍ଦ୍ରୀୟ ବୋର୍ଡର ସୁପାରିସ କ୍ରମେ ୨୦୦ କୋଟି ୧୦ ଏବଂ ୨୦ ଟଙ୍କିଆ ପଲିମର ନୋଟ୍ ଆଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା, ଯାହାକୁ ସରକାରଙ୍କ ପକ୍ଷରୁ ମଞ୍ଜୁରି ଦିଆଯାଇଥିବା ଚୌଧୁରୀ ସୂଚନା ଦେଇଛନ୍ତି । କାଗଜ ନୋଟ୍ ସହିତ ଏକସଙ୍ଗେ ପଲିମର ବ୍ୟାଙ୍କନୋଟ୍ ଜାରି କରାଯିବ । କାଗଜ ନୋଟକୁ ହଟାଯିବାର କୌଣସି ଯୋଜନା ନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରକାଶଯୋଗ୍ୟ, ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଜୁନରେ ସ୍ପଷ୍ଟ କରିଥିଲେ ଯେ, ପଲିମର ବ୍ୟାଙ୍କନୋଟକୁ ଆଣିବାର ପ୍ରସ୍ତାବ ଉପରେ କାର୍ଯ୍ୟ ଚାଲିଛି । ଆରବିଆଇର ନୋଟ୍ ପ୍ରିଣ୍ଟିଂ ୟୁନିଟ୍ ବିଶ୍ୱ ସ୍ତରରେ ‘ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ(ଇଓଆଇ)’ ଜାରି କରିଛି । ଏହି ଟେଣ୍ଡର ବିଶେଷ ପ୍ରକାର ‘ପଲିମର ସବ୍ଷ୍ଟ୍ରେଟ୍ ଶିଟ୍’ର ଉତ୍ପାଦନ ଏବଂ ଯୋଗାଣ ପାଇଁ ଆହ୍ୱାନ ଦିଆଯାଇଛି, ଯାହାର ବ୍ୟବହାର ଏହି ନୋଟ ଗୁଡ଼ିକୁ ଛାପିବା ପାଇଁ କରାଯାଇଥାଏ । ଆରବିଆଇ ଦସ୍ତାବିଜ ଅନୁସାରେ, ବିଶ୍ୱବ୍ୟାପୀ ଉତ୍ପାଦନକାରୀମାନଙ୍କୁ ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ଥିବା ପଲିମର ସବ୍ଷ୍ଟ୍ରେଟ୍ର ଯୋଗାଣ ପାଇଁ ଆହ୍ୱାନ କରାଯାଇଛି । ଏହି ଟେଣ୍ଡର ଅଧୀନରେ ବିଡ୍ ଦାଖଲ କରିବାର ଅନ୍ତିମ ତାରିଖ ଅଗଷ୍ଟ ୧୮ ଧାର୍ଯ୍ୟ କରାଯାଇଛି । ପଲିମରରେ ପ୍ରସ୍ତୁତ ବ୍ୟାଙ୍କନୋଟ୍ ପାରମ୍ପରିକ କାଗଜ ନୋଟ୍ ତୁଳନାରେ ଦୀର୍ଘସ୍ଥାୟୀ । ଏହି ନୋଟ୍ ପାଣି ଏବଂ ଧୂଳିରେ ବି ସୁରକ୍ଷିତ । ଏହାବ୍ୟତୀତ ଏହା ସହଜରେ ଫାଟିବ ନାହିଁ । ଉକ୍ତ କାରଣରୁ ଏ ନୋଟ୍ ବଜାରରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ । ପଲିମର ସିଟର ସବୁଠୁ ବଡ଼ ଫାଇଦା ହେଉଛି ଏଥିରେ ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟକୁ ସହଜରେ ଯୋଡ଼ା ଯାଇପାରିବ । ଫଳରେ ନକଲି ନୋଟ୍ ପ୍ରସ୍ତୁତ କରୁଥିବା ଲୋକଙ୍କ ପାଇଁ ଏହାର ନକଲ କରିବା କଠିନ । ଯାହାଦ୍ୱାରା ଦେଶର ସୁରକ୍ଷା ବ୍ୟବସ୍ଥା ଆହୁରି ମଜଭୁତ ହେବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button