ଭୁବନେଶ୍ବର: ୨୦୨୭ରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ନିର୍ବାଚନ। ଆହୁରି ବର୍ଷାଧିକ ସମୟ ରହିଛି। ହେଲେ କର୍ପୋରେଟର ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଗୋଟିଏ କି ଦୁଇଟି ୱାର୍ଡ ନୁହେଁ, ବରଂ ଭୁବନେଶ୍ବରର ସମସ୍ତ ତିନିଟି ଯାକ ନିର୍ବାଚନମଣ୍ଡଳୀର ୱାର୍ଡଗୁଡ଼ିକରେ ସମାନ ଚିତ୍ର ଦେଖିବାକୁ ମିଳୁଛି। ଗଳିକନ୍ଦିରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ, ସବୁଠି ଛାଇଯାଇଛି ଆଶାୟୀଙ୍କ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା। ଶୁଭେଚ୍ଛା ଆଳରେ ଆଶାୟୀମାନେ ନିଜର ଦବଦବା ଜାହିର କରିଛନ୍ତି। କିଏ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫଟୋ ଲଗାଇ ବ୍ୟାନର ଲଗାଇଛନ୍ତି ତ ଆଉ କିଏ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଫଟୋକୁ ବ୍ୟାନର୍ରେ ସ୍ଥାନ ଦେଇଛନ୍ତି। କେହି କେହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। କିଛି ଜଣଙ୍କର ମେୟର ପଦବି ଉପରେ ଆଖି ରହିଛି। ତେଣୁ ସେମାନେ ସହରର ପ୍ରତି ୱାର୍ଡରେ ବ୍ୟାନର ଲଗାଇଛନ୍ତି। ଅଳ୍ପ କିଛି ସ୍ଥାନରେ ଭୁବନେଶ୍ବର ମେୟର, ବିଜେଡି ବିଧାୟକ ଓ କର୍ପୋରେଟରମାନଙ୍କ ବ୍ୟାନର ଲାଗିଛି। କାଁ ଭାଁ ସ୍ଥାନରେ କଂଗ୍ରେସ ଭୁବନେଶ୍ବର ଜିଲ୍ଲା ସଭାପତିଙ୍କ ବ୍ୟାନର ଦେଖିବାକୁ ମିଳୁଛି।
Ready for 27th election: ୨୭ ପାଇଁ ଏବେଠୁ ସଜ: ସହରରେ ଛାଇଯାଇଛି ବିଜେପି ଆଶାୟୀଙ୍କ ବ୍ୟାନର
୨୦୨୭ରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ନିର୍ବାଚନ। ଆହୁରି ବର୍ଷାଧିକ ସମୟ ରହିଛି। ହେଲେ କର୍ପୋରେଟର ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି।
