Rourkela Bike Theft Case Verdict: ୨ ବାଇକ୍ ଚୋରଙ୍କୁ ବର୍ଷେ କାରାଦଣ୍ଡାଦେଶ
ସାତ ତାଲା ଗେଟ୍ ନିକଟ ପାର୍କିଂରୁ ବାଇକ୍ ଚୋରି ଘଟଣାର ରାୟ ପ୍ରକାଶ ପାଇଛି। ଦୁଇ ଅଭିଯୁକ୍ତଙ୍କୁ ବର୍ଷେ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ସିଭିଲ୍ ଜଜ୍-ତଥା-ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍ ରାଉରକେଲା। ଉଭୟଙ୍କୁ ବର୍ଷେ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି।

ରାଉରକେଲା: ସାତ ତାଲା ଗେଟ୍ ନିକଟ ପାର୍କିଂରୁ ବାଇକ୍ ଚୋରି ଘଟଣାର ରାୟ ପ୍ରକାଶ ପାଇଛି। ଦୁଇ ଅଭିଯୁକ୍ତଙ୍କୁ ବର୍ଷେ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ସିଭିଲ୍ ଜଜ୍-ତଥା-ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍ ରାଉରକେଲା। ଉଭୟଙ୍କୁ ବର୍ଷେ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ତଦନ୍ତକାରୀ ଅଧିକାରୀ ପ୍ଲାଣ୍ଟସାଇଟ୍ ଥାନାର ସବ୍ଇନ୍ସପେକ୍ଟର ସିଦ୍ଧାର୍ଥ ପ୍ରଧାନଙ୍କ ନିଷ୍ଠାପୂର୍ଣ୍ଣ, ଦକ୍ଷ ଓ ପ୍ରଶଂସନୀୟ ପ୍ରୟାସ ଫଳରେ ଅପରାଧୀଙ୍କ ଦୋଷସିଦ୍ଧି ହୋଇଛି।ଅଭିଯୁକ୍ତମାନେ ହେଲେ ରେଲୱେ କଲୋନିର ଅନିମେଷ ବାର(୨୨) ଏବଂ ଗୋପବନ୍ଧୁପାଲିର ମନୀଷ ମଣ୍ଡଳ(୨୪)। ସେହିଭଳି ୨୦୨୫ ମସିହାର ଆଉ ଏକ ମାମଲାରେ ମଧ୍ୟ ଅଭିଯୁକ୍ତ ମନୀଷକୁ ବର୍ଷେ କାରାଦଣ୍ଡ ଆଦେଶ ଦିଆଯାଇଛି।
ଗାଡ଼ିଗୁଡ଼ିକୁ ୩ ଜଣ ସ୍କ୍ରାପ୍ ବେପାରୀଙ୍କୁ ବିକ୍ରି କରିଥିଲେ
ସୂଚନାନୁଯାୟୀ, ହାତୀବାରି ଅଞ୍ଚଳର ତ୍ରିଲୋଚନ ଗଂଝୁ(୩୩) ଆର୍ଏସ୍ପିର ମେଣ୍ଟେନାନ୍ସ ବିଭାଗରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାମ କରନ୍ତି। ୨୦୨୫ ମସିହା ଜୁଲାଇ ୧୪ ତାରିଖ ରାତି ୯ଟା ୩୦ରେ କାମକୁ ଆସି ବାଇକ୍(ଓଡ଼ି-୧୪କେ-୧୪୦୩)କୁ ରଖିଥିଲେ। ଅଭିଯୁକ୍ତ ମନୀଷ ଓ ଅନିମେଶ ଏହାର ସୁଯୋଗ ନେଇ ବାଇକ୍ର ଲକ୍ ଭାଙ୍ଗି ଚୋରି କରିବାରେ ସକ୍ଷମ ହୋଇଥିଲେ। ତେବେ ଏହି ଘଟଣାର ତଦନ୍ତ କରୁକରୁ ଜଣାପଡ଼ିଲା ଯେ ଏମାନେ ସହରର ବିଭିନ୍ନ ସ୍ଥାନରୁ ୮ଟି ଗାଡ଼ି ଚୋରି କରିଛନ୍ତି। ଏହି ଗାଡ଼ିଗୁଡ଼ିକୁ ୩ ଜଣ ସ୍କ୍ରାପ୍ ବେପାରୀଙ୍କୁ ବିକ୍ରି କରିଥିଲେ। ଏନେଇ ପୁଲିସ ଉଭୟଙ୍କୁ ଗିରଫ କରିବା ସହ ସ୍କ୍ରାପ୍ ବ୍ୟବସାୟୀଙ୍କୁ ମଧ୍ୟ କାବୁ କରିଥିଲା। ତେବେ ଉଭୟ ବିଚାରବିଭାଗୀୟ ହାଜତରେ ରହିଥିବାବେଳେ ଏହି ମାମଲାରେ ରାୟ ପ୍ରକାଶ ପାଇଛି।
ସୌଜନ୍ୟ ସମ୍ବାଦ




