Shabana Bhakta Diya: ଶବାନା ଭକ୍ତ ଦୀୟା

ଅଭିନେତ୍ରୀ ଦୀୟା ମିର୍ଜା ନିକଟରେ ଏକ ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ କଳାକାରମାନେ ମୁଖର ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ମୁଖରତା ପାଇଁ ଭାରତର ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ ଶବାନା ଆଜମୀଙ୍କର ସେ ବଡ଼ ଭକ୍ତ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ଅଭିନେତ୍ରୀ ଦୀୟା ମିର୍ଜା ନିକଟରେ ଏକ ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ କଳାକାରମାନେ ମୁଖର ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ମୁଖରତା ପାଇଁ ଭାରତର ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ ଶବାନା ଆଜମୀଙ୍କର ସେ ବଡ଼ ଭକ୍ତ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। “କଳାକୁ ଯଦି ଅନ୍ୟମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଉପଯୋଗ ନ କରାଯାଏ ତେବେ ସେ କଳାର ମୂଲ୍ୟ କ’ଣ?’’- ଶବାନାଙ୍କ ଏହି ବାର୍ତ୍ତାକୁ ଦୀୟା ଅନୁସରଣ କରନ୍ତି। ତେଣୁ ସେ ନିଜର ରାଜନୈତିକ ମତ ଓ ଆଦର୍ଶକୁ ପ୍ରକାଶ କରିବାରେ ସଂକୋଚ କରନ୍ତି ନାହିଁ।

ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଧୁରନ୍ଧର’ ସହିତ ତାଙ୍କ ଅଭିନୀତ ୱେବ୍‌ ସିରିଜ୍‌ ‘ଆଇସି ୮୧୪: ଦି କାନ୍ଦାହାର ହାଇଜାକ’ର ତୁଳନା କରିବା ଅବସରରେ ଦୀୟା ଏହି କଥା କହିଛନ୍ତି। ୨୦୨୪ ମସିହାର ତାଙ୍କର ସେହି ଧାରାବାହିକକୁ ସେ ସମୟରେ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା, କାରଣ ଏଥିରେ ଆତଙ୍କବାଦୀଙ୍କ ଠାରେ ମଧ୍ୟ ମାନବିକତା ଥିବା ଭଳି କଥା ଦେଖାଯାଇଛି। କିନ୍ତୁ ଦୀୟା କହିଛନ୍ତି ଯେ ଏଭଳି ସମାଲୋଚନା ପଛର କାରଣ ଉଗ୍ର ଦେଶପ୍ରେମ ଏବଂ ଏବେ ଉଗ୍ର ଦେଶପ୍ରେମକୁ ଉପଭୋଗ ଓ ଉତ୍ସବାୟିତ କରିବାର ଟ୍ରେଣ୍ଡ୍‌ ଚାଲିଛି। ତାଙ୍କ ୱେବ୍‌ ସିରିଜ୍‌ରେ ସେଭଳି ଉପାଦାନ ନଥିଲା, ବରଂ ଏହା ୧୯୯୯ର ଏଆର୍‌ ଇଣ୍ଡିଆ ବିମାନ ଅପହରଣର ଘଟଣାବଳୀକୁ ସତ୍ୟନିଷ୍ଠ ଭାବେ ଦେଖାଇଥିଲା, ଯେଉଁଥିରୁ ଦର୍ଶକ ଉଭୟ ପାର୍ଶ୍ବର କାହାଣୀ ଜାଣିପାରିବେ ବୋଲି ଦୀୟାଙ୍କର ଯୁକ୍ତି।

ସୌଜନ୍ୟ ସମ୍ବାଦ

Exit mobile version