ରାଜ୍ୟରେ ପୁଣି ବଢିଲା ଡ୍ରପ୍ ଆଉଟ । ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର । ୨୦୨୪-୨୫ ଶିକ୍ଷାବର୍ଷ ତଥ୍ୟ ଅନୁସାରେ, ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି । ନବମ ଓ ଦଶମ ଶ୍ରେଣୀରେ ସବୁଠୁ ଅଧିକ ପିଲା ଛାଡୁଛନ୍ତି ପାଠପଢା । ଯେଉଁଥିରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ରହିଛି ।
ନବମ ଓ ଦଶମ ଶ୍ରେଣୀରେ ୧୨.୫% ଝିଅ ପାଠ ଛାଡିଥିବା ବେଳେ ପୁଅଙ୍କ ସଂଖ୍ୟା ରହିଛି ୧୭.୩ % । ସେହିଭଳି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଡ୍ରପ୍ ଆଉଟ୍ ହାର ରହିଛି ୩.୨ % । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୨.୬ % ଛାତ୍ରୀ ପାଠ ପଢା ଛାଡ଼ିଥିବାବେଳେ ୩.୭ % ପୁଅ ପାଠ ଛାଡ଼ିଛନ୍ତି । ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ଡ୍ରପାଉଟ୍ ହାର ରହିଛି ୦.୭ % ।
୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ଡ୍ରପଆଉଟ୍ ହାର ହ୍ରାସ ପାଇଥିବା ବେଳେ ୨୦୨୪-୨୫ ଶିକ୍ଷାବର୍ଷରେ ଡ୍ରପ ଆଉଟ୍ ହାର ବଢିଛି । ସେପଟେ ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିର ତର୍ଜମା କରାଯାଛି । ଅନେକ ପିଲା ବ୍ୟକ୍ତିଗତ କାରଣରୁ ପରୀକ୍ଷା ଦେଇନାହାନ୍ତି । ସରକାର ଡ୍ରପଆଉଟ୍ ରୋକିବାକୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
