ଲକ୍ଷ୍ନୌ: ସରକାରୀ ତଥ୍ୟ ଅନୁଯାୟୀ, ସ୍ପେସାଲ୍ ଇଣ୍ଟେନସିଭ୍ ରିଭିଜନ୍ (ଏସ୍ଆଇଆର୍) ପ୍ରକ୍ରିୟା ସମୟରେ ଉତ୍ତର ପ୍ରଦେଶର ଡ୍ରାଫ୍ଟ ଭୋଟର ତାଲିକାରେ ଅଧି୍କ ମହିଳା ଭୋଟର ବାଦ୍ ପଡ଼ିଛନ୍ତି । ୧୩.୪ ନିୟୁତ ପୁରୁଷ ଭୋଟର ବାଦ୍ ପଡ଼ିଥିବା ବେଳେ ୧୫.୫ ନିୟୁତ ମହିଳା ଭୋଟର ବାଦ୍ ପଡ଼ିଛନ୍ତି। ସାରା ରାଜ୍ୟରେ ବାଦ୍ ପଡ଼ିଥିବା ଭୋଟରଙ୍କ ସଂଖ୍ୟା ୨୮.୯ ନିୟୁତ ରହିଛି।
ଲିଙ୍ଗ ଅନୁପାତ କମିଲା
ଲିଙ୍ଗ ଅନୁପାତ ୨୦୨୫ ଭୋଟର ତାଲିକାରେ ୮୭୭ ଥିବାବେଳେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ଏହା ୮୨୪କୁ ହ୍ରାସ ପାଇଛି। ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା କହିଛନ୍ତି, ଡ୍ରାଫ୍ଟ ଭୋଟର ତାଲିକାରେ ସଂରକ୍ଷିତ ୧୨୫.୫ନିୟୁତ ଭୋଟରଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୫୬.୭ ନିୟୁତ ରହିଛି। ସେହିପରି ପୁରୁଷ ଭୋଟରଙ୍କ ସଂଖ୍ୟା ୬୮.୯ ନିୟୁତ ରହିଛି। ବହୁ ସଂଖ୍ୟକ ମହିଳା ଭୋଟରଙ୍କ ନାମ ବାଦ୍ ଦିଆଯିବା ବିଷୟରେ ପଚରାଯିବାରୁ, ସିଇଓ ଏହାକୁ ଡୁପ୍ଲିକେସନ୍ ବୋଲି କହିଛନ୍ତି।
ପୂର୍ବରୁ, ସେମାନଙ୍କ ନାମ ସେମାନଙ୍କ ଜନ୍ମସ୍ଥାନ ପିତାଙ୍କ ଠିକଣାରେ ଥିଲା। ପରେ ଶ୍ୱଶୁର ଘରର ସ୍ୱାମୀଙ୍କ ଠିକଣାରେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିବା ସେ କହିଛନ୍ତି। ୨୦୨୫ ଭୋଟର ତାଲିକାରେ, ୨୫ ବର୍ଷରୁ ଅଧିକ ବୟସ୍କ ୭.୧୨ ନିୟୁତ ମହିଳା ଭୋଟର ସେମାନଙ୍କ ପିତାଙ୍କ ଠିକଣା ଉଲ୍ଲେଖ କରିଥିଲେ ଓ ସେମାନେ ନିର୍ବାଚନ କମିସନଙ୍କ ଯାଞ୍ଚ ଅଧୀନରେ ଥିବା ସେ କହିଛନ୍ତି। ଏସ୍ଆଇଆର୍ ପ୍ରକ୍ରିୟାରେ ୪.୨୧ ନିୟୁତ ଏଭଳି ମହିଳା ଭୋଟରଙ୍କ ନାମ ବାଦ୍ ଦିଆଯାଇଥିବାବେଳେ ୨.୯୪ ନିୟୁତ ଏପରି ମହିଳା ଭୋଟରଙ୍କ ନାମ ବଜାୟ ରଖାଯାଇଛି ବୋଲି ସେ କହିଛନ୍ତି ସିଇଓ କହିଛନ୍ତି, ୨୦୨୫ ଭୋଟର ତାଲିକାରେ ରାଜ୍ୟର ସହରାଞ୍ଚଳରେ ୪.୧୬ କୋଟି (୪୧.୬ ନିୟୁତ) ଭୋଟର ଥିଲେ ଏବଂ ଗଣନା ପର୍ଯ୍ୟାୟ ପରେ ଏହି ସଂଖ୍ୟା ୨.୯୯ କୋଟି (୨୯.୯ ନିୟୁତ)କୁ ହ୍ରାସ ପାଇଛି। ସହରାଞ୍ଚଳରେ ୧.୧୭ କୋଟି ଅର୍ଥାତ୍ ୧୧.୭ ନିୟୁତ ଭୋଟର (୨୮%)ଙ୍କ ନାମ ବାଦ ଦିଆଯାଇଛି।ସିଇଓ କହିଛନ୍ତି, ୧୨.୭ ନିୟୁତ (୧୫.୨୩%) ନାମ ବାଦ ଦିଆଯିବା ପରେ ଗ୍ରାମାଞ୍ଚଳ ଭୋଟରଙ୍କ ସଂଖ୍ୟା ୨୦୨୫ ଭୋଟର ତାଲିକାରେ ୧୧୨.୮ ନିୟୁତରୁ ୯୫.୬ ନିୟୁତକୁ ହ୍ରାସ ପାଇଛି। ସେଥିମଧ୍ୟରେ ଲକ୍ଷ୍ନୌରେ ୩୦%, ଗାଜିଆବାଦରେ ୨୮.୮%, ବଳରାମପୁରରେ ୨୬%, କାନପୁର ନଗରରେ ୨୫.୫% ଏବଂ ମିରଟ ଜିଲ୍ଲାରେ ୨୪.୭% ଭୋଟର ବାଦ୍ ପଡ଼ିଛନ୍ତି। ଲଲିତପୁରରେ ୧୦% ଭୋଟର, ହମିରପୁରରେ ୧୦.୯%, ମହୋବାରେ ୧୨.୪%, ବୃନ୍ଦା ରେ ୧୩% ଓ ଜ୍ୟୋତିବା ଫୁଲେ ନଗରରେ ୧୩.୨% ଭୋଟରଙ୍କୁ ବାଦ୍ ଦିଆଯାଇଛି।
୩୨.୬ ନିୟୁତ ଭୋଟରଙ୍କୁ ନୋଟିସ୍
ନିର୍ବାଚନ କମିସନ ୧୨୫.୫ ନିୟୁତ ଭୋଟରଙ୍କ ମଧ୍ୟରୁ ୩୨.୬ ନିୟୁତ ଭୋଟରଙ୍କୁ ନୋଟିସ୍ ପଠାଇଛନ୍ତି। ସେମାନଙ୍କ ନାମ ଡ୍ରାଫ୍ଟ ତାଲିକାରେ ରଖାଯାଇଛି।ନୋଟିସ୍ ଜାରି ହୋଇଥିବା ଲୋକଙ୍କ ମଧ୍ୟରେ ୧୦.୪ ନିୟୁତ ଭୋଟର ଅଛନ୍ତି ଯାହାଙ୍କ ନାମ ୨୦୦୩ ଭୋଟର ତାଲିକାରେ ମିଳିନଥିଲା ଏବଂ ୨୨.୨ ନିୟୁତ ଭୋଟର ଅଛନ୍ତି ଯାହାଙ୍କ ଗଣନା ଫର୍ମରେ ଇସିଆଇଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ବିଭିନ୍ନ ଅସଙ୍ଗତି ରହିଛି। ସେସବୁରେ ନାମ, ଠିକଣା କିମ୍ବା ପିତା/ମାତାଙ୍କ ନାମରେ କିଛି ଭୁଲ୍ ରହିଛି। ନିର୍ବାଚନ କମିସନ ଜାନୁଆରି ୧୪ ତାରିଖରୁ ନୋଟିସ୍ ପଠାଇବା ଆରମ୍ଭ କରିଛନ୍ତି ଏବଂ ଜାନୁଆରି ୨୧ ତାରିଖରୁ ଶୁଣାଣି ଆରମ୍ଭ ହେବ। ନିର୍ବାଚନ କମିସନ ଶୁଣାଣି ପାଇଁ ୪୯୩ ଜଣ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବଂ ୮୭୫୧ ଜଣ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଏସ୍ଆଇଆର୍ ପ୍ରକ୍ରିୟାର ଦାବି ଏବଂ ଆପତ୍ତି ପର୍ଯ୍ୟାୟରେ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଯୋଗ୍ୟ ଭୋଟରଙ୍କ ଯୋଡିବା ଜାରି ରହିଛି। ଭୋଟର ତାଲିକାରେ ନାମ ଯୋଡିବା ପାଇଁ ଇସିଆଇ ପୂର୍ବରୁ ୨.୦୭ ନିୟୁତ) ଫର୍ମ -୬ ପାଇସାରିଛନ୍ତି। ନୂତନ ଭୋଟରଙ୍କ ଯୋଡି ହେବା ସହିତ, ଲିଙ୍ଗ ଅନୁପାତରେ ବୃଦ୍ଧି ହେବାର ସମ୍ଭାବନା ଅଛି ବୋଲି ସିଇଓ କହିଛନ୍ତି।
ସୌଜନ୍ୟ ସମ୍ବାଦ
-
River: ନଦୀ-ବନ-ପର୍ବତ: ମାର୍କଣ୍ଡେୟ ସରୋବର -
India Tourism: ଯୁଦ୍ଧ ପାଇଁ ଦୋହଲିଗଲା ସ୍ଥିତି: କୋଭିଡ ପରେ ପୁଣି ପ୍ରଭାବିତ ଭାରତର ପର୍ଯ୍ୟଟନ କ୍ଷେତ୍ର -
War Updates: ୟୁଏଇ, ବାହାରିନ ଓ ସାଉଦି ଆରବ ଉପରେ ଇରାନର ଜୋରଦାର ଆକ୍ରମଣ -
Pakistan Vs Afghanistan: ପୁଣି ଚରମ ସୀମାରେ ଉତ୍ତେଜନା: ଆଫଗାନିସ୍ତାନ ଉପରେ ପାକିସ୍ତାନର ଜୋରଦାର ଆକ୍ରମଣ, ଅନେକ ମୃତାହତ -
LPG Shortage: ସିଲିଣ୍ଡର ନାହିଁ; ୨୦୦୦ଅତିଥିଙ୍କୁ ବିବାହ ଭୋଜି କେମିତି ଦେବୁ; ଚିନ୍ତାରେ କନ୍ୟାର ପରିବାର
