ରାଜ୍ୟ

Space Drug Manufacturing: ଓଡ଼ିଶା ଷ୍ଟାର୍ଟଅପ୍‌କୁ ବଡ଼ ସଫଳତା, ସ୍ପେସ୍‌ରେ ପ୍ରସ୍ତୁତ ହେବ ଔଷଧ

ଭୁବନେଶ୍ୱର,୧୮/୦୮: ଅନ୍ତରୀକ୍ଷରେ ପ୍ରସ୍ତୁତ ହେବ ଔଷଧ । ଓଡ଼ିଆ ଉଦ୍ୟୋଗୀ ଅନ୍ତରୀକ୍ଷ ପରିଚ୍ଛା ଓ ଜିବିତେଶ ଦେବତାଙ୍କ ସହ ଡା. ମୋନିକା ଏକାଲଙ୍କ ଦ୍ୱାରା ସହ-ପ୍ରତିଷ୍ଠିତ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ ସେରେଣ୍ଡିପିଟି ସ୍ପେସ୍ ପକ୍ଷରୁ ଚାଲିଥିବା ଏହି ଉଦ୍ୟମ ସଫଳତା ପାଇଛି । କମ୍ପାନୀ ଏହାର ଅର୍ବିଟାଲ୍-କ୍ଲାସ୍ ସାଟେଲାଇଟ୍ ପ୍ରୋଟୋଟାଇପ୍‌କୁ ଏକ ନିକଟ-ମହାକାଶ ମିଶନ୍ ପରେ ସଫଳତାର ସହ ପୃଥିବୀକୁ ଫେରାଇ ଆଣିଛି । ମହାକାଶରେ ମାଇକ୍ରୋଗ୍ରାଭିଟି ବ୍ୟବହାର କରି ଔଷଧ ନିର୍ମାଣ କରିହେବ ବୋଲି କୁହାଯାଉଛି ।

ନିକଟରେ ହୋଇଥିବା ଏହି ମିଶନ୍‌ରେ କମ୍ପାନୀ ଏହାର ଭବିଷ୍ୟତ ଅର୍ବିଟାଲ୍ ସାଟେଲାଇଟ୍ ଫ୍ଲିଟ୍ ପାଇଁ ପରୀକ୍ଷଣ କରିଥିଲା । ଏଥିରେ ଉନ୍ନତ ହିଟ୍‌ସିଲ୍ଡର ବ୍ୟବସ୍ଥା, ଏଭିଓନିକ୍ସ ଏବଂ ସ୍ୱୟଂଚାଳିତ ଔଷଧ ନିର୍ମାଣ ପ୍ରଣାଳୀ “ଆଲକେମି’ ସାମିଲ ଥିଲା ।

କମ୍ପାନୀର ସୂଚନା ଅନୁଯାୟୀ, ଆଲକେମି ମହାକାଶର କଠିନ ପରିବେଶରେ ନିରନ୍ତର କାର୍ଯ୍ୟ କରିବା ସହ ଔଷଧର କ୍ରିଷ୍ଟାଲାଇଜେସନ୍ ପ୍ରକ୍ରିୟା ସଫଳତାର ସହ ସମ୍ପାଦନ କରିଥିଲା । ଏହି କ୍ରିଷ୍ଟାଲଗୁଡ଼ିକୁ ନିୟନ୍ତ୍ରିତ ପୁନଃପ୍ରବେଶ, ଅବତରଣ ଓ ପୁନରୁଦ୍ଧାର ପ୍ରକ୍ରିୟା ସମୟରେ ସୁରକ୍ଷିତ ରଖାଯାଇଥିଲା । ମିଶନରେ ଉଚ୍ଚମୂଲ୍ୟର ମାନୋକ୍ଲୋନାଲ୍ ଆଣ୍ଟିବଡି ଥେରାପି ଏବଂ ସ୍ମଲ୍-ମଲିକ୍ୟୁଲ୍ ଔଷଧ ସହ ଔଷଧ ଗବେଷଣା ପାଇଁ ଅତିରିକ୍ତ ପ୍ରୋଟିନ୍ ମଧ୍ୟ ପଠାଯାଇଥିଲା । ସେରେଣ୍ଡିପିଟି ସ୍ପେସ୍ ଏବେ ଏଭଳି ସାଟେଲାଇଟ୍ ବିକଶିତ କରୁଛି, ଯେଉଁଗୁଡ଼ିକ ମାଇକ୍ରୋଗ୍ରାଭିଟି ପରିବେଶରେ ସ୍ୱୟଂଚାଳିତ ଭାବେ ଔଷଧ ନିର୍ମାଣ କରି ତାହାକୁ ପୁଣି ପୃଥିବୀକୁ ଫେରାଇ ଆଣିପାରିବ ବୋଲି କମ୍ପାନୀ ଦର୍ଶାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button