ଦେଶ ବିଦେଶ

BSF Response: ମିଛ କହୁଛି ବାଂଲାଦେଶ, ଭାରତ ଆସିନାହାନ୍ତି ହାଦିଙ୍କ ଆକ୍ରମଣକାରୀ

ମିଛ କହୁଛି ବାଂଲାଦେଶ। ଭାରତ ଆସିନାହାନ୍ତି ହାଦିଙ୍କ ଆକ୍ରମଣକାରୀ। ବାଂଲାଦେଶୀଙ୍କ ଅସଲ ମୁଖା ଖୋଲିଦେଲେ ବିଏସଏଫ ଯବାନ।ନିହତ ବାଂଲାଦେଶୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟାକାରୀ ଏବେ ଭାରତରେ ବୋଲି ଦାବି କରିଥିଲା ଢାକା ମେଟ୍ରୋପଲିଟାନ୍ ପୁଲିସ (DMP)।

ଢ଼ାକା: ବାଂଲାଦେଶୀଙ୍କ ଅସଲ ମୁଖା ଖୋଲିଦେଲେ ବିଏସଏଫ ଯବାନ। ନିହତ ବାଂଲାଦେଶୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟାକାରୀ ଏବେ ଭାରତରେ ବୋଲି ଦାବି କରିଥିଲା ଢାକା ମେଟ୍ରୋପଲିଟାନ୍ ପୁଲିସ (DMP)। ଏବେ ଏହି ଦାବିକୁ ମିଛ ବୋଲି କହିଛନ୍ତି ଭାରତର ବର୍ଡର ସିକ୍ୟୁରିଟି ଫୋର୍ସ। ଡିଏମପି ଦାବି କରିଥିଲା ଯେ, ସରିଫ ଓସମାନ ହାଦିଙ୍କ ହତ୍ୟାକାଣ୍ଡର ଦୁଇ ପ୍ରମୁଖ ଅଭିଯୁକ୍ତ ମେଘାଳୟ ସହିତ ସଂଯୁକ୍ତ ମୈମନସିଂ ଜିଲ୍ଲାର ହାଲୁଆଘାଟ ସୀମା ଦେଇ ଭାରତ ପଳାଇ ଯାଇଛନ୍ତି। ଏହି ଦାବିକୁ ଖାରଜ କରିଛି ବିଏସ୍ଏଫ୍। ବାଂଲାଦେଶ ସୀମା ଅତିକ୍ରମ କରି କେହି ଭାରତ ଆସିନଥିବା ସ୍ପଷ୍ଟ କରିଛି ବିଏସଏଫ୍।

ମିଛ କହୁଛି ବାଂଲାଦେଶ

ମେଘାଳୟ, ତ୍ରିପୁରା ଏବଂ ଆସାମ ଅଞ୍ଚଳରେ ଥିବା BSF ୟୁନିଟ୍ ବାଂଲାଦେଶ ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗର ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ବାଂଲାଦେଶ ପୁଲିସ ଭାରତୀୟ ସୀମାରେ ନିୟୋଜିତ ସୁରକ୍ଷା ବାହିନୀର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇ ଏକ ବିବୃତି ଜାରି କରିଥିଲା। BSF ଥିବା ସତ୍ତ୍ବେ ୨ଅଭିଯୁକ୍ତ ଭାରତକୁ ପ୍ରବେଶ କରିଗଲେ ବୋଲି ଦାବି କରିଥିଲା ବାଂଲା ପୁଲିସ। ଏବେ ଏହି ଦାବିକୁ ମିଥ୍ୟା ଏବଂ ଭ୍ରାମକ ବୋଲି କହି ଖାରଜ କରିଛି BSF । ପଡ଼ୋଶୀ ଦେଶ ମିଥ୍ୟା ଅଭିଯୋଗ କରୁଛି ଏବଂ ଦାବିକୁ ସତ ବୋଲି ଦର୍ଶାଇବା ପାଇଁ ବାଂଲା ପାଖରେ କୌଣସି ପ୍ରମାଣ ନାହିଁ ବୋଲି ବିଏସଏଫ୍ କହିଛି।। ଏହା ସହ ମେଘାଳୟ ସେକ୍ଟରରେ କାହାକୁ ଗିରଫ କିମ୍ବା ଅଟକ ରଖାଯାଇନାହିଁ ବୋଲି BSF ସ୍ପଷ୍ଟ କରିଛି।

ମେଘାଳୟର ତୁରା ସହରରେ ଅଛନ୍ତି ଅଭିଯୁକ୍ତ

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡିଏମପି ଅତିରିକ୍ତ କମିଶନର ଏସଏନ ନଜରୁଲ ଇସଲାମ କହିଥିଲେ ଯେ, ସନ୍ଦିଗ୍ଧ ବ୍ୟକ୍ତି ଫୈଜଲ କରିମ୍ ମାସୁଦ ଏବଂ ଆଲମଗିର ଶେଖ ସ୍ଥାନୀୟ ସହଯୋଗୀଙ୍କ ସହାୟତାରେ ଭାରତର ମେଘାଳୟ ରାଜ୍ୟକୁ ପ୍ରବେଶ କରିଥିଲେ। ଆମ ସୂଚନା ଅନୁଯାୟୀ, ସନ୍ଦିଗ୍ଧମାନେ ହାଲୁଆଘାଟ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ। ପାର ହେବା ପରେ, ପ୍ରଥମେ ସେମାନଙ୍କୁ ପୂର୍ତି ନାମକ ଜଣେ ବ୍ୟକ୍ତି ସ୍ୱାଗତ କରିଥିଲେ। ପରେ, ସାମି ନାମକ ଜଣେ ଟ୍ୟାକ୍ସି ଡ୍ରାଇଭର ସେମାନଙ୍କୁ ମେଘାଳୟର ତୁରା ସହରକୁ ନେଇଯାଇଥିଲେ। ଆମକୁ ଏବେ ଖବର ମିଳିଛି ଯେ, ସନ୍ଦିଗ୍ଧଙ୍କୁ ସହାୟତା କରିଥିବା ଦୁଇ ବ୍ୟକ୍ତି, ପୂର୍ତି ଏବଂ ସାମିଙ୍କୁ ଭାରତର କର୍ତ୍ତୃପକ୍ଷ ଅଟକ ରଖିଛନ୍ତି। ଏବେ ସନ୍ଦିଗ୍ଧଙ୍କୁ ଫେରାଇ ଆଣିବା ପାଇଁ ବାଂଲାଦେଶ ସରକାର ଭାରତ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି।”

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button