ଦେଶ ବିଦେଶ

Tamil Nadu : ତାମିଲନାଡୁରେ ୨୫ ସ୍ଥାନରେ ଦୁର୍ନୀତି ନିରୋଧୀ ବିଭାଗର ଚଢ଼ାଉ

ତାମିଲନାଡୁରେ କଥିତ ଚାକିରି ଦୁର୍ନୀତିକୁ ନେଇ ରାଜନୈତିକ ଉତ୍ତେଜନା ବଢ଼ିଛି। ରାଜ୍ୟର ଦୁର୍ନୀତି ନିରୋଧୀ ଓ ସତର୍କତା ନିର୍ଦ୍ଦେଶାଳୟ (ଡିଭିଏସି) ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ଡିଏମ୍‌କେ ନେତା କେ.ଏନ୍. ନେହରୁଙ୍କ ସହ ସମ୍ପର୍କିତ ୨୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି।

ଚେନ୍ନାଇ: ତାମିଲନାଡୁରେ କଥିତ ଚାକିରି ଦୁର୍ନୀତିକୁ ନେଇ ରାଜନୈତିକ ଉତ୍ତେଜନା ବଢ଼ିଛି। ରାଜ୍ୟର ଦୁର୍ନୀତି ନିରୋଧୀ ଓ ସତର୍କତା ନିର୍ଦ୍ଦେଶାଳୟ (ଡିଭିଏସି) ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ଡିଏମ୍‌କେ ନେତା କେ.ଏନ୍. ନେହରୁଙ୍କ ସହ ସମ୍ପର୍କିତ ୨୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ପୌର ପ୍ରଶାସନ ଓ ଜଳ ଯୋଗାଣ ବିଭାଗରେ ଚାକିରି ଦେବା ନାଁରେ ୬୩୪ କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଏହାର ମୁଖ୍ୟ ଉଦ୍ଦେଶ୍ୟ।

ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନେହରୁ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୨୫ ଅକ୍ଟୋବରରେ ଏହି ଅନିୟମିତତା ସମ୍ପର୍କିତ ତଥ୍ୟ ରାଜ୍ୟ ପୁଲିସକୁ ଦେଇଥିଲା। ନେହରୁ ମନ୍ତ୍ରୀ ଥିବା ସମୟରେ ସରକାରୀ ଚାକିରି ଦେବା ପାଇଁ ଆଶାୟୀଙ୍କଠାରୁ ଟଙ୍କା ନିଆଯାଇଥିବା ଅଭିଯୋଗ ରହିଛି। ଚଢ଼ାଉ ସମୟରେ ଅଧିକାରୀମାନେ କାଗଜପତ୍ର ଓ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଯାଞ୍ଚ କରୁଛନ୍ତି।

ମାଡ୍ରାସ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ଏହି କାର୍ଯ୍ୟାନୁଷ୍ଠାନକୁ ଡିଏମ୍‌କେ ମୁଖ୍ୟ ଏମ୍.କେ. ଷ୍ଟାଲିନ ରାଜନୈତିକ ପ୍ରତିଶୋଧ ବୋଲି ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଯୋସେଫ ବିଜୟ ରାଜ୍ୟର ଖରାପ ଆଇନଶୃଙ୍ଖଳା ପରିସ୍ଥିତିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି ଚଢ଼ାଉ କରାଉଥିବା ସେ କହିଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ମାମଲାରେ ନେହରୁ ମାଡ୍ରାସ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button