Taratarini yatra: ତାରା ତାରିଣୀ ଯାତ୍ରା

ଚୈତ୍ରମାସ କେବଳ ମଧୁମାସ ନୁହେଁ, ଏହା ମଧ୍ୟ ମଙ୍ଗଳ ମାସ। ଏହି ମାସର ମଙ୍ଗଳବାରଗୁଡ଼ିକରେ ମା’ ମଙ୍ଗଳାଙ୍କୁ ପୂଜା କରାଯାଏ। ସେ ଦୃଷ୍ଟିରୁ ଏହା ମଧ୍ୟ ମଙ୍ଗଳାଙ୍କ ମାସ। ତେବେ କେବଳ ଚୈତ୍ର ମାସର ମଙ୍ଗଳବାରଗୁଡ଼ିକରେ ମା ମଙ୍ଗଳାଙ୍କ ପୂଜା କରାଯାଏ ନାହିଁ

ଚୈତ୍ରମାସ କେବଳ ମଧୁମାସ ନୁହେଁ, ଏହା ମଧ୍ୟ ମଙ୍ଗଳ ମାସ। ଏହି ମାସର ମଙ୍ଗଳବାରଗୁଡ଼ିକରେ ମା’ ମଙ୍ଗଳାଙ୍କୁ ପୂଜା କରାଯାଏ। ସେ ଦୃଷ୍ଟିରୁ ଏହା ମଧ୍ୟ ମଙ୍ଗଳାଙ୍କ ମାସ। ତେବେ କେବଳ ଚୈତ୍ର ମାସର ମଙ୍ଗଳବାରଗୁଡ଼ିକରେ ମା ମଙ୍ଗଳାଙ୍କ ପୂଜା କରାଯାଏ ନାହିଁ, ଅନ୍ୟ ଦେବୀମାନଙ୍କୁ ମଧ୍ୟ ପୂଜା କରାଯାଏ। ଗଞ୍ଜାମ ଜିଲାର ତାରାତାରିଣୀ ଏହା ମଧ୍ୟରୁ ଅନ୍ୟତମ। ଏହା  ତାରାତାରିଣୀ ଯାତ୍ରା ନାମରେ ପ୍ରସିଦ୍ଧ।

ମଙ୍ଗଳା ଦେବୀ ଭାବରେ ଯେପରି ଦୁର୍ଗାଙ୍କର ସ୍ବରୂପ, ସେହିପରି, ତାରା-ତାରିଣୀ ମଧ୍ୟ ତାଙ୍କର ସ୍ବରୂପ। ଗଞ୍ଜାମ ଜିଲାର ପୂର୍ଣ୍ଣଗିରି ପର୍ବତର ଶୀର୍ଷରେ ସେ ପୂର୍ଣ୍ଣେଶ୍ବରୀ ରୂପେ ପୂଜିତା ହୋଇଥାନ୍ତି। କିନ୍ତୁ ତାରାତାରିଣୀ ଗୋଟିଏ ଦେବୀ ନୁହନ୍ତି। ତାରା ଓ ତାରିଣୀ ନାମରେ ସେ ଦୁଇ ଦେବୀ। ଏ ସଂପର୍କିତ କାହାଣୀ ଓ କିଂବଦନ୍ତି ଅନୁସାରେ ସେ ଦୁହେଁ ଦୁଇ ଯାଆଁଳା ଭଉଣୀ।

ମଙ୍ଗଳା ଦେବୀ ଭାବରେ ଯେପରି ଦୁର୍ଗାଙ୍କର ସ୍ବରୂପ, ସେହିପରି, ତାରା-ତାରିଣୀ ମଧ୍ୟ ତାଙ୍କର ସ୍ବରୂପ। ଗଞ୍ଜାମ ଜିଲାର ପୂର୍ଣ୍ଣଗିରି ପର୍ବତର ଶୀର୍ଷରେ ସେ ପୂର୍ଣ୍ଣେଶ୍ବରୀ ରୂପେ ପୂଜିତା ହୋଇଥାନ୍ତି।

ଏହି ଦୁଇ ଦେବୀ ବା ଦୁଇ ଭଗିନୀଙ୍କ କାହାଣୀ ବା କିଂବଦନ୍ତି ଦେବୀ ସତୀଙ୍କ ସହିତ ସଂପୃକ୍ତ। ଏହା ଅନୁସାରେ- ପତି ଶିବଙ୍କର ନିନ୍ଦା ଶୁଣି ପିତା ଦକ୍ଷଙ୍କ ଯଜ୍ଞରେ ସତୀ ଆତ୍ମାହୁତି ଦେଇଥିଲେ। ସେହି ଘଟଣାରେ ଶିବ କ୍ରୋଧିତ ହୋଇ ସତୀଙ୍କର ଶବକୁ କାନ୍ଧରେ ଧରି ତାଣ୍ଡବନୃତ୍ୟ କଲେ। ସେଥିରେ ତ୍ରିଲୋକ ଥରହର ହେଲା ଓ ଧ୍ବଂସ ହେବାକୁ ବସିଲା। ଦେବଗଣ ସେଥିରେ ଆତଙ୍କିତ ହୋଇ ବିଷ୍ଣୁଙ୍କ ଶରଣ ପଶିଲେ। ବିଷ୍ଣୁ ତାଙ୍କର ସୁଦର୍ଶନଚକ୍ରରେ ସତୀଙ୍କର ଅଙ୍ଗଗୁଡ଼ିକୁ କ୍ରମାଗତ ଭାବରେ ଛେଦନ କରିଚାଲିଲେ। ବିଷ୍ଣୁଚକ୍ରରେ ଛେଦିତ ସେହି ଅଙ୍ଗର ୫୧ଟି ଖଣ୍ଡ ଯେଉଁ ଯେଉଁ ସ୍ଥାନରେ ପଡ଼ିଲା ତାହା ଗୋଟିଏ ‌ଗୋଟିଏ ଶକ୍ତିପୀଠରେ ପରିଣତ ହେଲା। ଦେବୀ ସତୀଙ୍କର ପାଦ ପଡ଼ିଥିବାରୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ଥିବା ବିମଳାଦେବୀଙ୍କ ପୀଠ ହେଲା ପାଦପୀଠ ଏବଂ ଦେବୀ ସତୀଙ୍କର ଦୁଇ ସ୍ତନ ପଡ଼ିଥବାରୁ ତାରା-ତାରିଣୀ ହେଲା ସ୍ତନ ପୀଠ।

ତାରା-ତାରିଣୀଙ୍କ ସଂପର୍କରେ ଆହୁରି ଅନେକ କାହାଣୀ ଓ କିଂବଦନ୍ତି ରହିଛି। ସେଥିରୁ ଗୋଟିଏ ହେଉଛି, ତାରା-ତାରିଣୀ ଥିଲେ ବ୍ରହ୍ମର୍ଷି ବଶିଷ୍ଠଙ୍କ ଇଷ୍ଟଦେବୀ। ଏକଦା ବଶିଷ୍ଠ ତାଙ୍କୁ ଆବାହନ କଲେ ମଧ୍ୟ ସେ ଉଦାସୀନା  ରହିଲେ। ତେଣୁ ବଶିଷ୍ଠ ରୁଷ୍ଟ ହୋଇ ଅଭିଶାପ ଦେଲେ ଯେ ସେ ଅପୂଜା ରହିବେ। ଏହି ଦୁଇ ଦେବୀ ସେଥିପାଇଁ ଅନୁତପ୍ତ ହେବାରୁ ବଶିଷ୍ଠ ଶାନ୍ତ ହେଲେ। ସେ କହିଲେ- କଳିଯୁଗର ମଧ୍ୟଭାଗରେ ମୋର ଜ୍ୟେଷ୍ଠାଭଗ୍ନୀ ଋଷିକୁଲ୍ୟା ନଦୀତଟରେ, ମୋର ମାନସପୁତ୍ର ବସୁ ପ୍ରହରାଜଙ୍କ ଘରେ ତୁମ୍ଭେ କିଛି ଦିନ ଲାଳିତ ହେବ। ତାହା ପରେ ପର୍ବତର ଶୀର୍ଷରେ ଶିଳାରୂପେ ପୂଜା ପାଇବ। ସେହି ଅନୁସାରେ, ଋଷିକୁଲ୍ୟା ତଟବର୍ତ୍ତୀ ପୂର୍ଣ୍ଣଗିରି ପର୍ବତର ଶୀର୍ଷରେ ତାରା ଓ ତାରିଣୀ ଶିଳା ରୂପରେ ପୂଜିତା ହେଉଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version