Temple: ମନ୍ଦିରରେ ଦଳାଚକଟା, ୮ ମହିଳା ମୃତ; ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମଙ୍ଗଳବାର ବିହାରର ନାଳନ୍ଦା ଜିଲ୍ଲାର ଶୀତଳା ମନ୍ଦିରରେ ଏକ ଧାର୍ମିକ ସମାବେଶ ସମୟରେ ଦଳାଚକଟାରେ ଆଠ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ବହୁ ସଂଖ୍ୟକ ଭକ୍ତ ପୂଜା ପାଇଁ ଏକତ୍ରିତ ହେବା ପରେ ଏହି ଘଟଣା ଘଟିଥିଲା।

ନାଳନ୍ଦା: ମଙ୍ଗଳବାର ବିହାରର ନାଳନ୍ଦା ଜିଲ୍ଲାର ଶୀତଳା ମନ୍ଦିରରେ ଏକ ଧାର୍ମିକ ସମାବେଶ ସମୟରେ ଦଳାଚକଟାରେ ଆଠ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ବହୁ ସଂଖ୍ୟକ ଭକ୍ତ ପୂଜା ପାଇଁ ଏକତ୍ରିତ ହେବା ପରେ ଏହି ଘଟଣା ଘଟିଥିଲା। ପ୍ରବଳ ଭିଡ଼ ଭିତରେ ଅନେକ ଲୋକ ଚାପି ହୋଇଯାଇଥିଲେ। ବିହାର ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଦୁର୍ଘଟଣା ପରେ ପୁଲିସ ବାହିନୀ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବିହାର ସରିଫ ଆସିଷ୍ଟାଣ୍ଟ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ନୁରୁଲ ହକ୍ କହିଛନ୍ତି, ମଙ୍ଗଳବାର ସକାଳେ ଶୀତଳା ମାତା ମନ୍ଦିରରେ ଦଳାଚକଟାରେ ଅତି କମ୍‌ରେ ଆଠ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି।

Exit mobile version