ରାଜ୍ୟ

Textbook Errors: ଚଳିତ ଶିକ୍ଷାବର୍ଷ ପାଇଁ ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ, ସଂଶୋଧିତ ବହିରେ ପଢ଼ିବେ ପିଲା

ସ୍କୁଲ୍‌କୁ ସଂଶୋଧିତ ପୁସ୍ତକ ଦିଆଯିବ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି । ପାଠ୍ୟପୁସ୍ତକ ତ୍ରୁଟି ତଦନ୍ତରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଭୁବନେଶ୍ବର ୨୯।୬: ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି । ସଂଶୋଧିତ ପୁସ୍ତକରେ ପାଠ ପଢିବେ ପିଲା । ପ୍ରତି ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ । ବିଦ୍ୟାଳୟ ଗୁଡିକରେ ଠିକ୍ ଭାବେ ପଢ଼ାଯିବା ନେଇ ଏହି ସଂଶୋଧିତ ବହି ବ୍ୟବହାର କରାଯିବ । ତଦନ୍ତ ଆଧାରରେ ଆଉ ଯଦି ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ । ମୁଖ୍ୟମନ୍ତ୍ରୀ କହିଛନ୍ତି ବହି ତ୍ରୁଟି ନେଇ ତଦନ୍ତ କରି ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେ ୧୪ ପଏଣ୍ଟ ପରାମର୍ଶ ଦେବା ସହ ସ୍କୁଲ ଗୁଡିକୁ ସଂଶୋଧିତ ବହି ଦେବାକୁ କହିଛନ୍ତି ।

ବର୍ତ୍ତମାନ ବିଦ୍ୟାଳୟ ଗୁଡିକରେ ଠିକ୍ ଭାବେ ପଢ଼ା ଯିବା ନେଇ ଏହି ସଂଶୋଧିତ ବହି ବ୍ୟବହାର କରାଯିବ । ଏହି ସଂଶୋଧିତ ବହି ଡିଇଓ କି ସ୍କୁଲ ପ୍ରଧାନଶିକ୍ଷକଙ୍କ ଜରିଆରେ ଦିଆଯିବ । ତଦନ୍ତ ରିପୋର୍ଟ ଅନୁସାରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଉ ଯଦି ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button